Masthead

ପୁଣି ଅଜଣା ଜନ୍ତୁ ଆତଙ୍କ, ବନ ବିଭାଗ ଲଗାଇଲା ଟ୍ରାପ୍ କ୍ୟାମେରା

ନିଆଳି(ବଡ଼ ଖବର ବ୍ୟୁରୋ): ନିଆଳିରେ ପୁଣି ଆଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି । ମେଷ ପାଳକମାନେ ଚିନ୍ତାରେ ଥିବା ବେଳେ ମେଷ ପାଳକମାନଙ୍କୁ କ୍ଷତିପୂରଣ ଦେବା ପାଇଁ ବନ ବିଭାଗ ପ୍ରତିଶ୍ରୁତି ଦେଇଛି । ସେପଟେ ଅଜଣା ଜନ୍ତୁଙ୍କୁ ଠାବ କରିବା ପାଇଁ ଫୁଲନଖରା ବନ ବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ଲଗାଯାଇଛି । ୫ ବର୍ଷ ପୂର୍ବେ ଯେଉଁ ଢ଼ଙ୍ଗରେ ଅଜଣା ଜନ୍ତୁ ମେଣ୍ଢା ମାନଙ୍କୁ ଆକ୍ରମଣ କରିଥିଲା ଏବେ ପୁଣି ସେଇ ଢଙ୍ଗରେ ମେଣ୍ଢା ମାନଙ୍କୁ ଆକ୍ରମଣ କରୁଛି। କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତର ଗୁଣାଦୋଳ ଠାକୁର ପୋଖରୀ ସାହିରେ ଚଳିତ ମାସ ୧୦ ଓ ୧୩ ତାରିଖ ବିଳମ୍ବିତ ରାତିରେ ଦୁଇ ଜଣ ମେଷ ପାଳନଙ୍କ ଗୁହାଳରୁ ୨୯ ମେଣ୍ଢାଙ୍କ ଜୀବନ ନେଇ ସାରିଛି ଅଜଣା ଜନ୍ତୁ। ଫଳରେ ଏବେ ନିଆଳି, କଣ୍ଟାପଡ଼ା କଟକ ସଦର,ବାରଙ୍ଗ ଅଞ୍ଚଳରେ ମେଷ ପାଳନଙ୍କୁ କୋକୁଆ ଭୟ ସୃଷ୍ଟି ହୋଇଛି।

ଫୁଲନଖରା ବନ ବିଭାଗ ଅଜଣା ଜନ୍ତୁଙ୍କୁ ଠାବ କରିବା ପାଇଁ ଗତକାଲି ସନ୍ଧ୍ୟାରୁ ଚାରୋଟି ଟ୍ରାପ କ୍ୟାମେରା ମେଷ ପାଳକଙ୍କ ଗୁହାଳରେ ଲଗାଯାଇଛି।‌ ଏବଂ ବନବିଭାଗର ଏସିଏଫ ଅନନ୍ତ ପ୍ରଧାନ, ଫୁଲନଖର ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଗୋପାଳପୁର ଫରେଷ୍ଟର ଶ୍ରୀକାନ୍ତ ବେହେରା,ଫୁଲନଖରା ସୂର୍ୟ୍ୟକାନ୍ତ ସାହୁ, ନିଆଳି ଫରେଷ୍ଟର ଧନେଶ୍ୱର ସାହୁ ଏବଂ ଫରେଷ୍ଟର ଗ୍ରାଉଣ୍ଡ ସୁଜାତା ନାୟକ ପ୍ରମୁଖ ନାହାଳପୁର ଗୁଣାଦୋଳ ଏବଂ ଆଖପାଖ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମେଷ ପାଳକଙ୍କ ଆଲୋଚନା କରିଛନ୍ତି। ଏବଂ ବନ ବିଭାଗ ଓ ସ୍ଥାନୀୟ ମେଷ ପାଳକ ସଜାଗ ରହିବା ପାଇଁ ଆଲୋଚନା ହୋଇଥିଲା। ଏବଂ ଚାରୋଟି ଗୁହାଳରେ ଅଜଣା ଜନ୍ତୁଙ୍କ ଗତିବିଧି ଠାବ ପାଇ ଗୁହାଳରେ ଗତକାଲି ବନବିଭାଗ ଟ୍ରାପ କ୍ୟାମେରା ଲଗାଇଛି। ଏବଂ ଗତ ପାଞ୍ଚ ଦିନ ମଧ୍ୟରେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମେଷ ପାଳକ ମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ