Masthead

ମଣିପୁରରେ ‘ଇଣ୍ଡିଆ’ ଟିମ; ସ୍ଥିତିର ସମୀକ୍ଷା କରିବେ, ରାଜ୍ୟପାଳଙ୍କୁ ଭେଟିବେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୁଇ ଦିନିଆ ମଣିପୁର ଗସ୍ତରେ ‘ଇଣ୍ଡିଆ’ ଟିମ । ୨୧ ଜଣିଆ ସାଂସଦଙ୍କୁ ନେଇ ରାଜ୍ୟରେ ସ୍ଥିତିର ସମୀକ୍ଷା କରାଯିବ । ରାଜ୍ୟପାଳଙ୍କୁ ଭେଟିବ ଏହି ଦଳ । ସେପଟେ ଏହାକୁ ଏକ ପ୍ରହସନ କହିଛନ୍ତି ଶାସକ ଦଳର ସାଂସଦ । ଯାହାକୁ କାଉଂଟର କରୁଛନ୍ତି ମହାମେଂଟର ରାଜନେତା । ମଣିପୁରରେ ‘ଇଣ୍ଡିଆ’ ଟିମ । ସ୍ଥିତିର ସମୀକ୍ଷା ହେବ ନା ଜାରି ରହିବ ପ୍ରହସନ? ୨ ଦିନିଆ ମଣିପୁର ଗସ୍ତରେ ରହିଛି ବିରୋଧୀ ମେଂଟ ଇଣ୍ଡିଆ ୨୧ ଜଣିଆ ସାଂସଦଙ୍କ ଟିମ । ଯାହାକୁ ନେଇ ମୁହଁ ଖୋଳିଛନ୍ତି ଅନୁରାଗ ଠାକୁର । ଏହା ଏକ ପ୍ରହସନ ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗରେ ମହିଳାଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀଙ୍କୁ ଟାର୍ଗେଟ କରିଛନ୍ତି ଅନୁରାଗ ଠାକୁର । ସେପଟେ ଏହି ଆରୋପରେ ପ୍ରତିକ୍ରିୟା ରଖିଛନ୍ତି ଅଧୀର ରଂଜନ ଚୌଧୁରୀ ।

ଆମେ ସେଠି କୌଣସି ନିର୍ବାଚନ ରଣନୀତି କରିବାକୁ ଯାଉନାହୁଁ । ସେଠି ମଣିପୁରବାସୀଙ୍କ ଦୁଃଖ ଓ ପୀଡ଼ାକୁ କମ କରିବା ପାଇଁ ଯାଉଛୁ । ଏହି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ ବାହାର କରିବା ପାଇଁ ଚେଷ୍ଟା କରିବାକୁ ଯାଉଛୁ । ସେପଟେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ପୂର୍ବରୁ ସାଂସଦ ରବି କିଶନ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଯାହାକୁ ନେଇ କାଉଂଟର କରିଛନ୍ତି ଆରଜେଡି ସାଂସଦ ମନୋଜ ଝା । ଯଦି ମଣିପୁରବାସୀଙ୍କ ପାଖକୁ ଯିବା ପ୍ରସଙ୍ଗକୁ ସେ ଏପରି ଟିପ୍ପଣୀ କରୁଛନ୍ତି, ତେବେ ତାଙ୍କୁ ମେଂଟାଲ ହସ୍ପିଟାଲକୁ ଯିବା ଉଚିତ ବୋଲି ସେ କହିଛନ୍ତି । ରାଜ୍ୟପାଳଙ୍କ ସହ ଭେଟି ଗ୍ରାଉଣ୍ଡ ଜିରୋ ରିପୋର୍ଟ ହାସଲ କରିବେ । ତେବେ ଏହାର ନିଷ୍କର୍ଷ ଉପରେ ରହିବ ସମସ୍ତଙ୍କ ନଜର ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା