Before Header

ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ଟକ୍କର

0 34

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ଟକ୍କର। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ମଧ୍ୟାହ୍ନ ୨ଟା ବେଳେ ପରସ୍ପରକୁ ଭେଟିବେ ଭାରତ ପାକିସ୍ତାନ । ଭଲ ରନ ରେଟ୍‌ ସହ ୪ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି ଉଭୟ ଟିମ୍‌ । ଆଜିର ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି, କେଏଲ ରାହୁଲ ଓ ରୋହିତ ଶର୍ମା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ବିଶ୍ବକପର ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିନଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ।

ଶତକ ମାରିବା ସହ ଅନେକ ରେକର୍ଡ ସୃଷ୍ଟି କରିଥିଲେ ରୋହିତ ଶର୍ମା । ପାକିସ୍ତାନ ମଧ୍ୟ ବିଶ୍ବକପର ଦୁଇଟି ମ୍ୟାଚ ଖେଳି ବିଜୟୀ ହୋଇଥିବା ବେଳେ ଦଳର ଆତ୍ମବିଶ୍ବାସ ଭଲ ରହିଛି । କ୍ୟାପଟେନ ବାବର ଆଜମ ଭାରତ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ବୋଲି ପାକିସ୍ତାନ ଫ୍ୟାନ୍ସ ଆଶା ରଖିଛନ୍ତି । କିଏ ଜିତିବ, କିଏ ହାରିବ, ତାହା ତ ପ୍ରଦର୍ଶନ ଉପରେ ନିର୍ଭର କରିବ । କିନ୍ତୁ ଉଭୟ ଦଳ ମଧ୍ୟରେ ଆଜି ଏକ ରୋମାଂଚକର ମ୍ୟାଚ୍ ହେବା ନେଇ ଆଶାବାଦୀ ଅଛନ୍ତି ଫ୍ୟାନ୍ ।

Leave A Reply

Your email address will not be published.