Masthead

ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜୟରୁ ଟି-୨୦ ବିଶ୍ୱକପ ଆରମ୍ଭ କଲା ଇଣ୍ଡିଆ । ଦମଦାର ବିଜୟ ସହ ଆମେରିକା-ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଏକତରଫା ଭାବେ ଆୟର୍ଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ଆୟର୍ଲ୍ୟାଣ୍ଡ ଦେଇଥିବା ଛୋଟିଆ ୯୭ ରନର ଟାର୍ଗେଟକୁ ଦଳ ୧୨.୨ ଓଭରରେ ୨ଟି ୱିକେଟ ହରାଇ ହାସଲ କରି ନେଇଛି। ପ୍ରଥମେ ବୋଲରମାନେ କମାଲ କରି ଆୟର୍ଲ୍ୟାଣ୍ଡକୁ କେବଳ ୯୬ ରନ ଅଲଆଉଟ କରି ଦେଇଥିଲେ। ଆୟର୍ଲ୍ୟାଣ୍ଡ ୧୬ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୯୬ ରନ କରିବାକୁ ସକ୍ଷମ ହୋଇଥିଲା। ୯୭ ରନର ଟାର୍ଗେଟକୁ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ୫୨ ରନ ବଳରେ ଅତି ସହଜରେ ହାସଲ କରି ନେଇଛି। ଦଳକୁ ୬୦ ବଲରେ ୨୧ ରନ ଜିତିବାକୁ ଥିବା ବେଳେ ରୋହିତ ରିଟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଏହାପରେ ଆସିଥିବା ସୂର୍ଯ୍ୟ କୁମାର ଯାଦବ କେବଳ ୨ ରନ କରି ବେଞ୍ଜାମିନ ହ୍ୱାଇଟଙ୍କ ବଲରେ ଆଉଟ ହୋଇଥିଲେ। ତେବେ ଋଷଭ ପନ୍ତ ଶେଷ ଯାଏ ଅପରାଜିତ ରହିଥିଲେ। ଏଥିସହ ସେ ଛକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ। ସେ ୨୬ ବଲରେ ଅପରାଜିତ ୩୬ ରନର ଇନିଂସ ଖେଳିଛନ୍ତି। ବିଜୟ ବେଳେ ତାଙ୍କ ସହ ଶିବମ ଦୁବେ କ୍ରିଜରେ ରହିଥିଲେ। ସେ ୨ଟି ବଲରେ ସାମ୍ନା କରିଥିଲେ ମଧ୍ୟ କୌଣସି ରନ କରି ନାହାନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଆୟର୍ଲ୍ୟାଣ୍ଡ ଟିମ ଇଣ୍ଡିଆର ଘାତକ ବୋଲିଂର ସାମ୍ନା କରିବାକୁ ସକ୍ଷମ ହୋଇ ନଥିଲା। ଗାରେଥ ଡେଲାନି(୨୬)ଙ୍କୁ ଛାଡ଼ି ଦେଲେ ଆଉ କେହି ବି ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନଥିଲେ।
ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବୋଲିଂ କରିବା ସହ ୪ ଓଭରରେ ୨୭ ରନ ଦେଇ ସର୍ବାଧିକ ୩ଟି ୱିକେଟ ନେଇଛନ୍ତି। ସେହିପରି ବୁମ୍ରା ୩ ଓଭରରେ ୬ ରନ ଦେଇ ୨ଟି ଓ ଅର୍ଶଦୀପ ୪ ଓଭରରେ ୩୫ ରନ ଦେଇ ୨ଟି ସଫଳତା ପାଇଛନ୍ତି। ଅକ୍ଷର ପଟେଲଙ୍କ ଖାତାକୁ ଗୋଟିଏ ଓ ଡେଲାନିଙ୍କ ୱିକେଟ ଦଳକୁ ରନ ଆଉଟ ରୂପେ ମିଳିଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି