Masthead

ବିଶ୍ବକପ ପୂର୍ବରୁ ଓ୍ବାର୍ମଅପ୍ ମ୍ୟାଚ୍, ଆଜି ନେଦରଲ୍ୟାଣ୍ଡକୁ ଭେଟିବ ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ମଝିରେ ଆଉ ଗୋଟିଏ ଦିନ ବାକି ଥିବାବେଳେ ଜାରି ରହିଛି ଓ୍ବାର୍ମଅପ୍ ମ୍ୟାଚ। ଏହି କ୍ରମରେ ଆଜି ନେଦରଲ୍ୟାଣ୍ଡକୁ ଭେଟିବ ଭାରତ । ଆଜି ୩ଟି ମ୍ୟାଚ୍ ଖେଳାଯିବ । ଭାରତ ଦ୍ବିତୀୟ ଓ୍ବାର୍ମଅପରେ ନେଦରଲ୍ୟାଣ୍ଡକୁ ଭେଟିବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ-ଶ୍ରୀଲଙ୍କା ଓ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଥିରୁବନନ୍ତପୁରମରେ ନେଦରଲ୍ୟାଣ୍ଡସ- ଭାରତ ମଧ୍ୟରେ ହେବ ମୁକାବିଲା । ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ । ମ୍ୟାଚ ପାଇଁ ଭାରତୀୟ ଦଳ କେରଳରେ ପହିଂଚି ସାରିଥିଲା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ବିରତି ନେବାକୁ ଚାହିଁଛନ୍ତି । ରିପୋର୍ଟ ଅନୁଯାୟୀ, କୋହଲି ଗୁଆହାଟୀରୁ ସିଧାସଳଖ ଘରକୁ ଫେରିଯାଇଛନ୍ତି । ବ୍ୟକ୍ତିଗତ ଜରୁରିକାଳୀନ କାମ ଥିବାରୁ ସେ ଘରକୁ ଫେରିଛନ୍ତି । କିନ୍ତୁ ଦ୍ୱିତୀୟ ୱାର୍ମ ଅପ୍ ପୂର୍ବରୁ ସେ ଦଳ ସହିତ ଯୋଗଦେବେ ବୋଲି ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ