Masthead

ରାଜ୍ୟପାଳଙ୍କ ମୁହଁରେ ସରକାରଙ୍କ ସଫଳତାର ଗାଥା

କାଳିଆରେ ଆରମ୍ଭ, ମ୍ୟାଲେରିଆରେ ଶେଷ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭା ପରିସରରେ ପହଞ୍ଚିବା ପରେ ତାଙ୍କୁ ଗୃହକୁ ପାଛୋଟି ନେଇଥିଲେ ଗୃହର ନେତା ଓ ବାଚସ୍ୱତି । ପରେ ରାଜ୍ୟପାଳ ଦେଇଥିଲେ ଅଭିଭାଷଣ । କାଳିଆ ଯୋଜନାରେ ବର୍ତ୍ତମାନ ସୁଧା ୪୧.୦୮ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮.୬୯ ଲକ୍ଷ ଭୂମିହୀନ କୃଷି ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଭାଗଚାଷୀ ଓ ଭୂମିହୀନ କୃଷକମାନଙ୍କୁ  ନାବାର୍ଡ ସହଯୋଗିତାରେ ବଳରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସହଜ କୃଷି ବ୍ୟବସାୟ ପ୍ରକ୍ରିୟା ମାଧ୍ୟମରେ କୃଷି ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ ୨୦୧୮ରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ।
ପୁରୁଷ ହକି ବିଶ୍ଵକପକୁ ସଫଳତାର ସହ ଆୟୋଜନ କରିବା ସହ ୧୫ ମାସ ମଧ୍ୟରେ ବିଶ୍ୱରେ ସର୍ବ ବୃହତ୍ ଦର୍ଶକ କ୍ଷମତା ବିଶିଷ୍ଟ ବର୍ଷା ମୁଣ୍ଡା ହକି ଷ୍ଟାଡିୟମ୍ ନିର୍ମାଣ ହୋଇଛି । ୫ଟି ମୋ ସରକାର ବୃତ୍ତିଗତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ଜନ ସାଧାରଣଙ୍କ ମତାମତ ଆଧାରରେ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିଛି। ରାଜ୍ୟ ଶିଳ୍ପ କ୍ଷେତ୍ରରେ ବିକାଶକୁ ଗୁରୁତ୍ୱ ଓ ଅଗ୍ରାଧିକାର ଦେଇ ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ କ୍ଷେତ୍ରରେ ପରିଣତ କରିବାକୁ ୫ ବର୍ଷ ପାଇଁ ଶିଳ୍ପ ନୀତି ସଂକଳ୍ପ ୨୦୨୨ ଅନୁମୋଦନ କରିଛନ୍ତି ସରକାର। ଇଜ୍ ଅଫ ଡୁଇଂ ବିଜନେସ ରେଟିଙ୍ଗରେ ଓଡ଼ିଶାକୁ ଲକ୍ଷ ହାସଲକାରୀ ରାଜ୍ୟ ମାନ୍ୟତା ମିଳିଛି ।
ବେସାମରିକ ବିମାନ ଚଳାଚଳକୁ ଉନ୍ନତି କରିବା ସହ ବ୍ୟବସାୟିକ ବାତାବରଣ ସୃଷ୍ଟି କରିବାକୁ ବିମାନ ଚଳାଚଳ ନୀତି ୨୦୨୨ ପ୍ରଣୟନ କରାଯାଇଛି। ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ ପାଇଁ ମାର୍ଗ ଦର୍ଶକ ନୀତି ଓ ପ୍ରାଥମିକତା ହୋଇ ରହିଛି। ରାଜ୍ୟରେ ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ ହ୍ରାସ ପାଇଛି । କାଳିଆ ସ୍କଲାରସିପରେ ୭୬୫ ଛାତ୍ରଛାତ୍ରୀ ସାମିଲ କରାଯାଇଛି। ମୁକ୍ତା ଯୋଜନାରେ ୭ଶହ କୋଟି ଟଙ୍କା ବିନିଯୋଗ କରାଯାଇଛି। ଆଦିବାସୀ ବିଦ୍ୟାର୍ଥୀଙ୍କ ପାଇଁ ୮ ଆକାଂକ୍ଷା ବିଦ୍ୟାଳୟ ହୋଇଛି।୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ ରହିଛି  ବୋଲି  ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ