Masthead

ସଂଘର୍ଷ କରି ହାରିଲା ଅଷ୍ଟ୍ରେଲିଆ, ଚତୁର୍ଥ ଟି-୨୦ରେ ବିଜୟ ସହ ସିରିଜ୍‌ ଜିତିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂଘର୍ଷ କରି ହାରିଲା ଅଷ୍ଟ୍ରେଲିଆ। ଜିତିଲା ଭାରତ। ବିଶ୍ୱକପ୍ ପରାଜୟର ବଦଲା ନେଇଛି ଟିମ୍ ଇଣ୍ଡିଆ। ୬ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ । ବେଙ୍ଗାଲୁରରେ ଖେଳାଯାଇଥିବା ଅନ୍ତିମ ଟି-୨୦କୁ ୬ ରନରେ ଜିତିନେଇଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ କରିଥିଲା ୧୬୦ ରନ୍ । ଜବାବରେ କଙ୍ଗାରୁ ଦଳ ୮ ୱିକେଟ୍ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଛି । ବୋଲିଂରେ ଭାରତ ପକ୍ଷରୁ ମୁକେଶ କୁମାର ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ସଫଳତା ପାଇଥିଲେ ।

ବ୍ୟାଟିଂରେ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ମାରିଥିବା ବେଳେ ଅକ୍ଷର ପଟେଲ ଓ ଜିତେଶ ଶର୍ମା ଉପଯୋଗୀ ଇନିଂସ୍ ଖେଳିଥିଲେ । ଆୟର ମାତ୍ର ୩୭ ବଲ୍ରେ କରିଥିଲେ ୫୩ ରନ୍ । ଅକ୍ଷର ୩୧ ରନ୍, ଜିତେଶ ଶର୍ମା ୨୪ ରନ୍ ଏବଂ ଯଶସ୍ୱୀ ଜୈସୱାଲ ୨୧ ରନ୍ କରିଥିଲେ । ୧୬୧ ରନ୍ର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ପକ୍ଷରୁ ବେନ୍ ମ୍ୟାକଡରମଟ୍ ସର୍ବାଧିକ ୫୪ ରନ୍ କରିଥିବା ବେଳେ ଟ୍ରାଭିସ୍ ହେଡ୍ ୨୮ ରନ୍ ଏବଂ ଅଧିନାୟକ ମାଥ୍ୟୁ ୱେଡ୍ ୨୨ ରନ୍ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ