Before Header

ଯୁଦ୍ଧ ପ୍ରଭାବିତ ଇସ୍ରାଏଲ୍‌ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

0 28

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯୁଦ୍ଧ ପ୍ରଭାବିତ ଇସ୍ରାଏଲ୍‌ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆସନ୍ତାକାଲି ଗସ୍ତ କରିବା ନେଇ ସୂଚନା ଦେଲେ ବୈଦେଶିକ ସଚିବ । ଇସ୍ରାଏଲ୍‌କୁ ସମର୍ଥନ କରି ଗସ୍ତ କରିବେ ରାଷ୍ଟ୍ରପତି ବାଇଡେନ୍‌ । ମୁଣ୍ଡ ଜାମିନଙ୍କ ମୁକ୍ତ ପାଇଁ ବାଇଡେନ୍ ଉଦ୍ୟମ କରିବେ । ଗାଜାରେ ମାନବିକ ଅଧିକାର କ୍ଷୁଣ୍ଣ ନ ହେବାକୁ କହିଛନ୍ତି ଜୋ ବାଇଡେନ୍‌ । ଇସ୍ରାଏଲ୍‌ରେ ହମାସ ଆକ୍ରମଣରେ ୩୦ ଆମେରିକୀୟଙ୍କ ମୃତ୍ୟୁ ଘଟିଛି । ତେବେ ଗାଜା ଉପରେ ଇସ୍ରାଏଲ ପ୍ରଥମେ ଆକ୍ରମଣ ବନ୍ଦ କରୁ । ପରେ ପଣବନ୍ଦୀ ଥିବା ୨୦୦ ନାଗରିକଙ୍କୁ ଖଲାସ କରାଯିବ ବୋଲି ସର୍ତ୍ତ ରଖିଛି ଇରାନ । ସେପଟେ ହମାସ ଆକ୍ରମଣରୁ ବର୍ତ୍ତିବା ଲାଗି ଇସ୍ରାଏଲ ମୁତୟନ କରିବ ଆଇରନ ବିମ୍ ଲେଜର ସିଷ୍ଟମ । ଅର୍ଥାତ କୌଣସି ପ୍ରକାର ବସ୍ତୁକୁ ଆକାଶମାର୍ଗରେ ଧ୍ବଂସ କରିବ ଲେଜର ବିମ୍ ।

ଇରାନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ନାସେର କାନାନି କହିଛନ୍ତି ହମାସ ଦ୍ବାରା ଅପହୃତ ନାଗରିକଙ୍କ ମୁକ୍ତି ଲାଗି ମଧ୍ୟସ୍ଥତା କରିବାକୁ ଇରାନ ପ୍ରସ୍ତୁତ । ସେପଟେ ଆସନ୍ତା ବୁଧବାର ତେଲ୍ ଆଭିବ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନଙ୍କ ଶୀର୍ଷ ଆଲୋଚନା ସମ୍ଭବତଃ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବ ବୋଲି ଆଶା କରାଯାଉଛି । ବୁଧବାର ବି ସାଉଦିଆରବର ଜିଢାରେ ବସିବ ଇସଲାମିକ ସହଯୋଗ ସଂଗଠନ-OICର ଜରୁରୀ ବୈଠକ । ଏଥିରେ ସାମିଲ ହେବେ ୫୭ଟି ରାଷ୍ଟ୍ର । ପଶ୍ଚିମଏସିଆ ଓ ଆରବ ଜଗତରେ ସ୍ଥିରତା ନେଇ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ମୁସଲିମ ଜଗତର ସ୍ବର ଏକ କରିବା ଲାଗି OICର ବୈଠକ ଉଦ୍ଦିଷ୍ଟ ବୋଲି ସୂଚନା ମିଳିଛି । ତେବେ ଇସ୍ରାଏଲ ଆକ୍ରମଣ ପ୍ରଥମେ ବନ୍ଦ କରୁ ।

Leave A Reply

Your email address will not be published.