Masthead

ଯୁଦ୍ଧ ପ୍ରଭାବିତ ଇସ୍ରାଏଲ୍‌ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯୁଦ୍ଧ ପ୍ରଭାବିତ ଇସ୍ରାଏଲ୍‌ ଗସ୍ତ କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆସନ୍ତାକାଲି ଗସ୍ତ କରିବା ନେଇ ସୂଚନା ଦେଲେ ବୈଦେଶିକ ସଚିବ । ଇସ୍ରାଏଲ୍‌କୁ ସମର୍ଥନ କରି ଗସ୍ତ କରିବେ ରାଷ୍ଟ୍ରପତି ବାଇଡେନ୍‌ । ମୁଣ୍ଡ ଜାମିନଙ୍କ ମୁକ୍ତ ପାଇଁ ବାଇଡେନ୍ ଉଦ୍ୟମ କରିବେ । ଗାଜାରେ ମାନବିକ ଅଧିକାର କ୍ଷୁଣ୍ଣ ନ ହେବାକୁ କହିଛନ୍ତି ଜୋ ବାଇଡେନ୍‌ । ଇସ୍ରାଏଲ୍‌ରେ ହମାସ ଆକ୍ରମଣରେ ୩୦ ଆମେରିକୀୟଙ୍କ ମୃତ୍ୟୁ ଘଟିଛି । ତେବେ ଗାଜା ଉପରେ ଇସ୍ରାଏଲ ପ୍ରଥମେ ଆକ୍ରମଣ ବନ୍ଦ କରୁ । ପରେ ପଣବନ୍ଦୀ ଥିବା ୨୦୦ ନାଗରିକଙ୍କୁ ଖଲାସ କରାଯିବ ବୋଲି ସର୍ତ୍ତ ରଖିଛି ଇରାନ । ସେପଟେ ହମାସ ଆକ୍ରମଣରୁ ବର୍ତ୍ତିବା ଲାଗି ଇସ୍ରାଏଲ ମୁତୟନ କରିବ ଆଇରନ ବିମ୍ ଲେଜର ସିଷ୍ଟମ । ଅର୍ଥାତ କୌଣସି ପ୍ରକାର ବସ୍ତୁକୁ ଆକାଶମାର୍ଗରେ ଧ୍ବଂସ କରିବ ଲେଜର ବିମ୍ ।

ଇରାନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ନାସେର କାନାନି କହିଛନ୍ତି ହମାସ ଦ୍ବାରା ଅପହୃତ ନାଗରିକଙ୍କ ମୁକ୍ତି ଲାଗି ମଧ୍ୟସ୍ଥତା କରିବାକୁ ଇରାନ ପ୍ରସ୍ତୁତ । ସେପଟେ ଆସନ୍ତା ବୁଧବାର ତେଲ୍ ଆଭିବ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନଙ୍କ ଶୀର୍ଷ ଆଲୋଚନା ସମ୍ଭବତଃ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବ ବୋଲି ଆଶା କରାଯାଉଛି । ବୁଧବାର ବି ସାଉଦିଆରବର ଜିଢାରେ ବସିବ ଇସଲାମିକ ସହଯୋଗ ସଂଗଠନ-OICର ଜରୁରୀ ବୈଠକ । ଏଥିରେ ସାମିଲ ହେବେ ୫୭ଟି ରାଷ୍ଟ୍ର । ପଶ୍ଚିମଏସିଆ ଓ ଆରବ ଜଗତରେ ସ୍ଥିରତା ନେଇ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ମୁସଲିମ ଜଗତର ସ୍ବର ଏକ କରିବା ଲାଗି OICର ବୈଠକ ଉଦ୍ଦିଷ୍ଟ ବୋଲି ସୂଚନା ମିଳିଛି । ତେବେ ଇସ୍ରାଏଲ ଆକ୍ରମଣ ପ୍ରଥମେ ବନ୍ଦ କରୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା