Masthead

ରାଜଧାନୀ ଦିଲ୍ଲୀରେ ବିଷ ବିଭୀଷିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ବିଷ ବିଭୀଷିକା । ଅଣନିଶ୍ୱାସୀ ଦିଲ୍ଲୀବାସୀ । ବିଷ ବଳୟରେ ଭିତରେ ପୁରା ରାଜଧାନୀ । ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀ ବାସୀ ଏବଂ ସରକାର। ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି, ଶ୍ୱାସସକ୍ରିୟାରେ ବି କଷ୍ଟ ହେଉଛି । ଦିନକୁ ଦିନ ପ୍ରଦୁଷଣ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ସରକାରଙ୍କ ଚିନ୍ତା ମଧ୍ୟ ବଢିଛି । ଦିଲ୍ଲୀର ବାୟୁ ମାନ ରବିବାର ପୁଣିଥରେ ଅତି ଉତ୍କଟ ସ୍ତରରେ ପହଞ୍ଚିଛି। ଫଳରେ ଜାତୀୟ ରାଜଧାନୀ ଦେଶର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଛି।

ରାଜଧାନୀର ବିଭିନ୍ନ ଭାଗରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୫୫୦ରୁ ଅଧିକ ରହିଛି। ଓ୍ବାଜିରପୁର ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ରବିବାର ମଧ୍ୟାହ୍ନରେ ଏକ୍ୟୁଆଇ ସର୍ବାଧିକ ୮୫୯ ରେକର୍ଡ କରାଯାଇଛି। ବିଶ୍ୱର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ସମେତ କୋଲକାତା ଓ ମୁମ୍ବାଇ ରହିଛି। ଶୀତଦିନ ଆରମ୍ଭ ହୋଇଥିବାରୁ ତାପମାତ୍ରା କମ୍‌ ସାଙ୍ଗକୁ ବାୟୁ ପ୍ରବାହ ହ୍ରାସ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ପୋଡ଼ି ଯୋଗୁ ଦିଲ୍ଲୀ ବାୟୁ ଏଭଳି ସ୍ଥିତିରେ ପହଞ୍ଚିଛି ବୋଲି ଅଧିକାରୀମାନେ କହିଛନ୍ତି। ଦିଲ୍ଲୀର ପିଏମ୍‌୨.୫ ସାନ୍ଧ୍ରତା ସ୍ତର ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଧାର୍ଯ୍ୟ କରିଥିବା ବାୟୁମାନ ଗାଇଡ୍‌ଲାଇନ୍ସ ସୀମାର ୯୬.୨ ଗୁଣ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା