Masthead

ଫ୍ରାନ୍ସରେ ଭାରତୀୟ ବିମାନ ଅଟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ଚାର୍ଟର ବିମାନକୁ ଫ୍ରାନ୍ସ ପୋଲିସ ମାର୍ନେଠାରେ ଅଟକାଇଛି । ମାନବଚାଲଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଏହି ବିମାନକୁ ଅଟକାଇଥିବା ଦୂତାବାସ ସୂତ୍ରରୁ ଜଣାପଡ଼ିଛି । ଫ୍ରାନ୍ସ ପୋଲିସ ଭାତ୍ରେଠାରେ ଥିବା ଏକ କ୍ଷୁଦ୍ର ବିମାନବନ୍ଦରରେ ବିମାନକୁ ଅବତରଣ କରିବାକୁ ବାଧ୍ୟ କରିଥିଲା । ବିମାନ ଯାତ୍ରୀଙ୍କ ବିଶ୍ରାମ ପାଇଁ ବନ୍ଦରର ଅଭ୍ୟର୍ଥନା ପ୍ରକୋଷ୍ଠରେ ବ୍ୟବସ୍ଥା କରାଯାଇଛି ।

ଅଟକ ଥିବା ବିମାନ ସମ୍ପର୍କରେ ଭାରତୀୟ ଦୂତାବାସକୁ ଫ୍ରାନ୍ସ କର୍ତୃପକ୍ଷ ତଥ୍ୟ ପ୍ରଦାନ କରିବା ସହ ମାନବ ଚାଲାଣ ମାମଲାରେ ତଦନ୍ତ ପାଇଁ ସହାୟତା ଲୋଡିଛି । ସେପଟେ ମାନବଚାଲାଣ ସନ୍ଦେହରେ ଏହାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସ । ୟୁରୋପୀୟ ଦେଶ ରୋମାନିଆରେ ପଞ୍ଜୀକୃତ ଏହି ଚାଟାର୍ଡ ଫ୍ଲାଇଟଟି ଦୁବାଇରୁ ଛାଡ଼ିଥିଲା ଏବଂ କେନ୍ଦ୍ରୀୟ ଆମେରିକାର ନିକରାଗୁଆ ଯିବାର ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ