Masthead

ଆଜି ଉଦଘାଟନ ହେବ ଭାରତର ଦୀର୍ଘତମ ସମୁଦ୍ର ସେତୁ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ଉଦଘାଟନ ହେବ ଦେଶର ସବୁଠାରୁ ବଡ଼ ସମୁଦ୍ର ବ୍ରିଜ ଅଟଳ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଉଦଘାଟନ କରିବେ । ମୁମ୍ବାଇରୁ ନଭି ମୁମ୍ବାଇକୁ ଏହା ସମୁଦ୍ର ଜରିଆରେ ସଂଯୋଗ କରିବ । ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ସମୁଦ୍ର ବ୍ରିଜ୍ ଉପରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେତୁ ଉପରେ ଚଢ଼ିବା ଓ ବାହାରିବା ସମୟରେ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବ । ଏହି ପୋଲ ଦ୍ୱାରା ମୁମ୍ବାଇ ଏବଂ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଂଟାରୁ ପ୍ରାୟ ୨୦ ମିନିଟକୁ ହ୍ରାସ ପାଇବ । ଅର୍ଥାତ୍ ଏହି ସେତୁ ଉଦଘାଟନ ପରେ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇରେ ପହଂଚିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ ।

୧୮,୦୦୦ କୋଟି ଟଙ୍କାର ଏହି ସମୁଦ୍ର ପୋଲ ମୁମ୍ବାଇର ସେଓ୍ୱରୀରୁ ବାହାରି ରାୟଗଡ଼ ଜିଲ୍ଲାର ଉରାନ ତାଲୁକର ନହୱା ଶେୱାରେ ଶେଷ ହୋଇଛି। ଅଟଳ ସେତୁରେ ଦୈନିକ ୭୦ ହଜାର ଯାନବାହନ ଚଳାଚଳ କରିବାର କ୍ଷମତା ରଖିଛି । ଏହାଦ୍ୱାରା କେବଳ ଯାତ୍ରୀଙ୍କ ଯାତ୍ରା ଦୂରତା ଓ ସମୟ କମିବ ନାହିଁ ବରଂ ସାମୁଦ୍ରିକ ସେତୁ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି । ଏହା ହେଉଛି ଏକ ୬ ଲେନ୍‌ ବିଶିଷ୍ଟ ବ୍ରିଜ । ଏହି ବ୍ରିଜର ଅଧିକାଂଶ ଭାଗ ସମୁଦ୍ରରେ ରହିଛି । ୧୬.୫୦ କିଲୋମିଟର ସମୁଦ୍ରରେ ରହିଥିବା ବେଳେ ସ୍ଥଳଭାଗରେ ମାତ୍ର ୫.୫ କିଲୋମିଟର ରହିଛି । ଲମ୍ବା ରାସ୍ତାକୁ କମ୍‌ ସମୟରେ ଅତିକ୍ରମ କରିବା ପାଇଁ ଏହି ବ୍ରିଜଟି ତିଆରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ