Masthead

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ସୁନ୍ଦରଗଡ଼ (ବଡ଼ ଖବର ବ୍ୟୁରୋ): ଆଜି ଆସୁଛନ୍ତି ରାଷ୍ଟ୍ରପତି । ପ୍ରଥମଥର ପାଇଁ ଇସ୍ପାତ ସହର ରାଉରକେଲାକୁ ଆସୁଛନ୍ତି ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ । ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ଆଦିବାସୀ ସଂଗ୍ରହାଳୟ, କୋଏଲ ନଗର ମନୋରଞ୍ଜନ ପାର୍କ, ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍‌କୁ ଲୋକାର୍ପଣ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ରାଉରକେଲା ସହରର ରାସ୍ତାଘାଟ ମରାମତିଠାରୁ ଆରମ୍ଭକରି କାନ୍ଥବାଡ଼ରେ ଚିତ୍ର ଅଙ୍କନ, ସୌନ୍ଦର୍ଯ୍ୟକରଣ, ସଭା ମଞ୍ଚ ନିର୍ମାଣ ଆଦି ସଂପନ୍ନ ହୋଇଛି । ଆଜି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୧୫ ଶହ ଛାତ୍ରଛାତ୍ରୀ ଓଡ଼ିଶୀ ଓ ଆଦିବାସୀ ଲୋକନୃତ୍ୟ ପରିବେଷଣ କରିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୫ ପ୍ଲାଟୁନ୍‌ ଫୋର୍ସ, ୨ ଶହ ଅଧିକାରୀ ଓ ୮୧୫ ଜଣ ହୋମଗାର୍ଡ ନିୟୋଜିତ ରହିବେ । ରାଉରକେଲା ବିମାନବନ୍ଦର, ସେକ୍ଟର-୧୩ ସଭାସ୍ଥଳ, ସମନ୍ବିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଏବଂ ଜନଜାତି ସଂଗ୍ରହାଳୟ, ପାନପୋଷ ସର୍କିଟ୍‌ ହାଉସ୍‌ ସମେତ ବିଭିନ୍ନ ଛକରେ ପୁଲିସ ମୁତୟନ ହେବେ । ବରିଷ୍ଠ ପୁଲିସ ଅଧିକାରୀ ମାନେ ସଭାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ