Masthead

ଅକଳରେ ନିବେଶକ, ପଇସା ମିଳିବ ନା ନାହିଁ ଚିନ୍ତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅକଳରେ ନିବେଶକ । ୨୫ ହଜାର କୋଟିକୁ ନେଇ ଦ୍ୱନ୍ଦ୍ୱ । ପଇସା ମିଳିବ ନା ନାହିଁ ତାକୁ ନେଇ ଚିନ୍ତାରେ ଇନଭେଷ୍ଟରସ୍ । ଫେରିଥାନ୍ତା ୩କୋଟି ନିବେଶକଙ୍କ ଜମାରାଶି । ରିଫଣ୍ଡ ହୋଇଛି ମାତ୍ର ୧୩୮କୋଟି । ସେବି ପାଖରେ ରହିଛି ୨୫ ହଜାର କୋଟି । ସୁବ୍ରତଙ୍କ ପରଲୋକ ପରେ ୨୫ହଜାର କୋଟି ଅର୍ଥର କ’ଣ ହେବ ତାକୁ ନେଇ ଚର୍ଚ୍ଚା । ସାହାରା ଗ୍ରୁପ ଅଧ୍ୟକ୍ଷ ସୁର୍ବତ ରୟଙ୍କ ପରଲୋକପରେ ଏବେ ଫୋକସରେ ନିବେଶକଙ୍କ ୨୫ ହଜାର କୋଟି ଟଙ୍କାର ଜମାରାଶି । ୩ କୋଟି ନିବେଶକଙ୍କ ଠାରୁ ବେଆଇନ ଭାବେ ବଣ୍ଡ ଜରିଆରେ ଅର୍ଥ ଉଠାଣ ହୋଇଥିବା ସାହାରା କମ୍ପାନୀ ନାଁରେ ଅଭିଯୋଗ ହୋଇଥିଲା । ସେବି ୧୧ବର୍ଷ ଧରି ନିବେଶକଙ୍କୁ ମାତ୍ର ୧୩୮.୦୭ କୋଟି ଟଙ୍କା ଫେରସ୍ତ କରିଛି । ନିବେଶକଙ୍କୁ ଫେରାଇବା ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ଆକାଉଣ୍ଟରେ ରହିଥିବା ଅର୍ଥର ପରିମାଣ ଏବେ ୨୫ହଜାର କୋଟି ଛୁଇଁଲାଣି ।

ବଣ୍ଡଧାରୀ ମାନେ ଅର୍ଥ ନେବାକୁ ଦାବି କମ୍ ଆସୁଛି । ଏପଟେ ସେବି ସାହାର ରିଫଣ୍ଡ ଆକାଉଣ୍ଟର ବାଲାନ୍ସ ୧ହଜାର ୮୭ କୋଟି ଟଙ୍କା ବଢିଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ସେବି ୫୩ହଜାର ୬୮୭ ଆକାଉଣ୍ଟ ପାଇଁ ୧୯ହଜାର ୬୫୦ ଆବେଦନ ପାଇଥିଲା । ୪୮ହଜାର ୩୨୬ ଆକାଉଣ୍ଟ ଲାଗି ୧୭ହଜାର ୫୨୬ ଆବେଦନ ଉପରେ ୧୩୮.୦୭ କୋଟି ଟଙ୍କା ରିଫଣ୍ଡ ହୋଇଛି । ୬୭.୯୮ କୋଟିର ସୁଧରାଶି ପାଇଛନ୍ତି ଲୋକେ । ବଳକା ଆବେଦନ ଗୁଡ଼ିକର ରେକର୍ଡ ନ ମିଳିବାରୁ ଲୋକଙ୍କୁ ଅର୍ଥ ମିଳିପାରିନାହିଁ । ୯ ମାସରେ ୪ ସମବାୟ ସମିତିର ୧୦କୋଟି ନିବେଶକଙ୍କୁ ଅର୍ଥ ଫେରିଯିବ ବୋଲି ସରକାର କହିଥିଲେ । କିନ୍ତୁ ଏବେ ସାହାରା ଗ୍ରୁପ ମୁଖ୍ୟଙ୍କ ବିୟୋଗ ପରେ ନିବେଶକଙ୍କ ମୁଣ୍ଡରେ ପଡିଛି ଚଡ଼କ । ଜମା ରାଶି ରିଟର୍ଣ୍ଣ ମିଳିବ କି ନାହିଁ ତାକୁ ନେଇ ଚିନ୍ତାରେ ଇନଭେଷ୍ଟର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ