Masthead

ଆରସିବିକୁ ୮ ରନରେ ହରାଇଲା ଚେନ୍ନାଇ

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ରେ ରୋମାଞ୍ଚକର ମୁକାବିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୨୬ ରନର ବିଶାଳ ସ୍କୋର କରିଥିଲା ଚେନ୍ନାଇ । ତେବେ ୨୨୭ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ବାଙ୍ଗାଲୋର ୨୧୮ ରନରେ ଅଟକି ଯାଇଥିଲା । ଫଳରେ ଏହି ମ୍ୟାଚକୁ ୮ ରନରେ ଜିତି ନେଇଛି ଚେନ୍ନାଇ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇର ଆରମ୍ଭ ସେତେ ଭଲ ହୋଇନଥିଲା । ଷ୍ଟାର ବ୍ୟାଟର ଋତୁରାଜ ଗାଏକୱାଡ ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ ।

ଏହାପରେ କିନ୍ତୁ ଡେଭନ କନୱେ ଓ ଆଜିଙ୍କ୍ୟ ରାହାଣେ ଦୃତ ଗତିରେ ରନ ବନାଇଥିଲେ । ତେବେ ଦଳୀୟ ସ୍କୋର ୯୦ ହୋଇଥିବା ବେଳେ ୨୦ ବଲରୁ ୩୭ ରନ ସଂଗ୍ରହ କରି ହସରଙ୍ଗାଙ୍କ ଶିକାର ହୋଇଥିଲେ ରାହାଣେ । ଏହାପରେ କନୱେ ଓ ଶିବମ ଦୁବେ ଧୂଆଁଧାର ପ୍ରଦର୍ଶନ କରିଥିଲେ । ଦୁବେ ୨୭ ବଲରୁ ୨ ଚୌକା ଓ ୫ ଛକା ବଳରେ ଦୃତ ୫୨ ରନ କରି ପାଭିଲିୟନ ଫେରିଥିଲେ ।

ଅନ୍ୟପଟେ ୪୫ ବଲରୁ ୮୩ ରନ ସଂଗ୍ରହ କରି ହର୍ଷଲ ପଟେଲଙ୍କ ବଲରେ ପାଭିଲିୟନ ଫେରିଥିଲେ କନୱେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ୬ ବଲରୁ ୧୪ ଓ ମୋଇନ ଅଲ୍ଲୀ ୯ ବଲରୁ ଅପରାଜିତ ୧୯ ରନ ସଂଗ୍ରହ କରିଥିଲେ । ରବିନ୍ଦ୍ର ଜାଡେଜା ୮ ବଲରୁ ୧୦ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଧୋନି ୧ ରନ କରି ଅପରାଜିତ ରହିଥିଲେ । ତେବେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ଦଳ ୨୨୬ ରନର ବିଶାଳ ସ୍କୋର କରିଥିଲା । ଆରସିବି ପକ୍ଷରୁ ଶୋଚନୀୟ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଦଳର ପ୍ରାୟ ସବୁ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।  ସମସ୍ତଙ୍କୁ ଗୋଟିଏ ଲେଖାଏଁ ସଫଳତା ମଧ୍ୟ ମିଳିଥିଲା । ମହମ୍ମଦ ସିରାଜ ୪ ଓଭରରୁ ୩୦ ରନ ବ୍ୟୟ କରିଥିବା ବେଳେ ୱେନି ପାର୍ନେଲ ୪ ଓଭରରୁ ୪୮ ରନ ଖର୍ଚ୍ଚ କରିଥିଲେ । ବିଜୟ କୁମାର ବୈଶକ ୪ ଓଭର ବୋଲିଂ କରି ୬୨ ରନ ଖର୍ଚ୍ଚ କରିଥିଲେ ଏବଂ ଦଳ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି