ଯଦି ମଂଚରେ ଆଲୋଚନା ପାଇଁ ବିଧାୟକ ରାଜିହେବେ ତାହାଲେ ନିଶ ଅଧା କାଟି ଦେବି: କନକ ବର୍ଦ୍ଧନ ସିଂହଦେଓ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):  ବିଧାୟକ ସରୋଜ ମେହେରଙ୍କୁ ଶକ୍ତ ଝଟକା । ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଡାହାଣ ହାତ କୁହାଯାଉଥିବା ପଞ୍ଚୁଦେବ ସାହୁ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ଦୀର୍ଘ ୨୫ ବର୍ଷ ହେଲା ଖପ୍ରାଖୋଲରେ କାର୍ଯ୍ୟ କରୁଥିବା ପଞ୍ଚୁଙ୍କ ସହ ଦୁଇ ଶହ କର୍ମୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ତେବେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପୂର୍ବତନ ନମୋନି ତଥା ବିଜେଡି ନେତା ପଞ୍ଚୁଦେବ । ବିଧାୟକଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ସେ ଦଳ ଛାଡ଼ି ଥିବା କହିଛନ୍ତି । ଏପରିକି ଦଳୀୟ କାର୍ଯ୍ୟରେ ବିଧାୟକ ରୋକ ଲଗାଉଥିବା ବେଳେ ବ୍ୟକ୍ତିଗତ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି ପଞ୍ଚୁଦେବ ।

କେବଳ ଏତିକି ନୁହେଁ, ମନ୍ତ୍ରୀ, ବିଧାୟକ ଓ ନେତାଙ୍କ କୌଣସି କ୍ଷମତା ନାହିଁ ସବୁ ଅଫିସର ରାଜ ଚାଲିଥିବା କହିଛନ୍ତି ସରୋଜଙ୍କ ଘନିଷ୍ଠ ସହଯୋଗୀ । ବିଧାୟକଙ୍କ ମନମାନି ଯୋଗୁ ଦଳୀୟ କର୍ମୀ ଅସନ୍ତୋଷ ହୋଇ ଦଳ ଛାଡୁଛନ୍ତି । ଏବଂ ଆଗାମୀ ଦିନରେ ଆହୁରି ବିଜେଡି କର୍ମୀ ଦଳ ଛାଡିବେ ବୋଲି କହିଛନ୍ତି ପଞ୍ଚୁଦେବ । ଗତ କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଖପ୍ରାଖୋଲରେ ବିଜେପିର ମିଶ୍ରଣ ପର୍ବ ଆୟୋଜନ କରିଥିଲେ । ଏଥିରେ ସରୋଜ ମେହେରଙ୍କ ଡାହାଣ ହାତ ପଞ୍ଚୁଦେବ ସାହୁଙ୍କ ସହ ଦୁଇଶହ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ତେବେ ମିଶ୍ରଣ ପର୍ବ ଅବସରରେ କେଭି, ବିଧାୟକ ସରୋଜ ମେହେରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

କୌଣସି କାମ କରିବାରେ ବିଧାୟକଙ୍କ ଦମ ନାହିଁ କି ସାଢେ ୪ ବର୍ଷର ରିପୋର୍ଟ କାର୍ଡ ଦେବାର ସତସାହସ ନଥିବା କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ । ଯଦି ଖୋଲାମଂଚରେ ଆଲୋଚନା ପାଇଁ ବିଧାୟକ ରାଜି ହୋଇଯିବ ତାହେଲେ ନିଶ ଅଧା କାଟି ଦେବି ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି କେଭି । ନହେଲେ ବିଧାୟକ ନଣ୍ଡା ହେଇ ବୁଲିବ କି, ବୋଲି କହିଛନ୍ତି କନକ ବର୍ଦ୍ଧନ । କେବଳ ଏତିକି ନୁହେଁ ଅଲଗା ଲୋକଙ୍କ କାମକୁ ବାଃ ବାଃ ନେବାରେ ଅହରହ ଉଦ୍ୟମ ଚଳାଇଛନ୍ତି ବିଧାୟକ । ଅଞ୍ଚଳବାସୀଙ୍କ ସମସ୍ୟା ବୁଝିବ କ’ଣ ବିଧାୟକ ନିଜେ ଠିକାଦାର ପାଳଟିଥିବା କହିଛନ୍ତି କେଭି । ସେପଟେ ସେହି ସମାନ ଦିନରେ ବେଳପଡାରେ ମିଶ୍ରଣ ପର୍ବ ଆୟୋଜନ କରିଥିଲେ ବିଧାୟକ ସରୋଜ ମେହେର ।

ଏଥିରେ ବ୍ଳକର ସରପଞ୍ଚ ସଂଘ ବିଜେଡିରେ ମିଶିଥିବା ଫଟୋ ସୋସିଆଲ ମିଡ଼ିଆରେ ଛାଡିଛନ୍ତି ସରୋଜ । ହେଲେ ଏହି କାର୍ଯ୍ୟକ୍ରମରେ ବେଳପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବନମାଳୀ କ୍ଷମାରୀ, ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟଧନ କୁମ୍ଭାର, ବିଜେଡି ନେତା ମଧୁ ଦାସ ଓ ଗଣେଶ କୁମ୍ଭାର ଅନୁପସ୍ଥିତ ରହିଥିଲେ । ତେବେ ଦଳୀୟ କାର୍ଯ୍ୟକ୍ରମରେ ଦଳର ପୁରୁଖା ନେତା ସାମିଲ ନହେବା ପାଟଣାଗଡ଼ ବିଜେଡିରେ ଅନ୍ତଦ୍ୱନ୍ଦ ଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଏପରିକି ବିଧାୟକଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ସେପଟେ ପଞ୍ଚୁଦେବ ଓ କେଭିଙ୍କ ଅଭିଯୋଗ ନେଇ ବିଧାୟକ ସରୋଜ ମେହେରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ