Masthead

୧୪୦ରେ ଅଟକିଲା ଦିଲ୍ଲୀ, ୨୭ ରନରେ ଜିତିଲା ଚେନ୍ନାଇ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ର ୫୫ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚକୁ ୨୭ ରନରେ ଜିତି ନେଇଛି ଚେନ୍ନାଇ ସୁପରକିଙ୍ଗସ । ୧୨ଟି ମ୍ୟାଚରୁ ୭ଟିରେ ବିଜୟ ହୋଇ ୧୫ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୭ ରନ କରିଥିଲା ଚେନ୍ନାଇ । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୮ ୱିକେଟ ହରାଇ ୧୪୦ ରନ୍ କରି ପରାଜିତ ହୋଇଛି। ୧୬୮ ରନ୍ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ୨୫ ରନ୍ରେ ୩ ୱିକେଟ ହରାଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସି ଦଳୀୟ ସ୍କୋର ୩୨ ରନ ହୋଇଥିବା ବେଳେ ପ୍ରଥମେ ୧୦ ରନ କରି ନିଜର ୱିକେଟ ହରାଇଥିଲେ ଡେଭନ କନୱେ ।

ଏହାପରେ ୪୯ ରନ କରି ଋତୁରାଜ ଗାଏକୱାଡ ମଧ୍ୟ ପାଭିଲିୟନ ଫେରିଯାଇଥିଲେ । ଆଜିଙ୍କ୍ୟ ରାହାଣେ ୨୧ ରନ କରିଥିବା ବେଳେ ୧୨ ବଲରୁ ଦୃତ ୨୫ ରନର ପାଳି ଖେଳି ଶିବମ ଦୁବେ ମଧ୍ୟ ଆଉଟ ହୋଇଥିଲେ । ଅମ୍ବାତି ରାୟୁଡୁ ୨୩ ଓ ଜାଡେଜା ୨୧ ରନର ପାଳି ଖେଳି ଆଉଟ ହୋଇଥିଲେ । ୯ ବଲରୁ ଧୂଆଁଧାର ବ୍ୟାଟିଂ କରି ବ୍ୟକ୍ତିଗତ ୨୦ ରନ ସହ ଦଳୀୟ ସ୍କୋରକୁ ୧୬୭ରେ ପହଞ୍ଚାଇଥିଲେ ଅଧିନାୟକ ଏମଏସ ଧୋନୀ । ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ଶ ୩ ଓଭରରେ କେବଳ ୧୮ ରନ ଖର୍ଚ୍ଚ କରି ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ଅକ୍ଷର ପଟେଲଙ୍କୁ ୪ ଓଭରରେ ୨୭ ରନ ବ୍ୟୟରେ ୨ଟି ୱିକେଟ ମିଳିଥିଲା । ଖଲିଲ ଅହମ୍ମଦ, ଲଳିତ ଯାଦବ ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି