Masthead

ଜିତିଲା ପଞ୍ଜାବ, ପ୍ଲେ ଅଫରୁ ବାଦ ପଡିଲା ଦିଲ୍ଲୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଘରୋଇ ମାଟିରେ ହାରିଲା ଦିଲ୍ଲୀ । ପ୍ରଥମ ଦଳ ଭାବେ ପ୍ଲେ ଅଫ ଦୌଡରୁ ବାଦ ପଡିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଇପିଏଲର ୫୯ତମ ମ୍ୟାଚରେ ଦିଲ୍ଲୀ କୁ ୩୧ ରନରେ ହରାଇ ବିଜୟ ହାସଲ କରି ନେଇଛି ପଞ୍ଜାବ କିଙ୍ଗସ । ପ୍ରଭସିମରନଙ୍କ ଶତକ ଓ ହରପ୍ରୀତଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପଞ୍ଜାବ ବିପକ୍ଷ ମ୍ୟାଚ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ ଅଫ ସ୍ୱପ୍ନ ଧୂଳିସାତ ହୋଇଛି । ପ୍ରଭସିମରନଙ୍କ ପାୱାରଫୁଲ ପ୍ରଦର୍ଶନ ପାଇଁ ସେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଡିସି ୨୦ ଓଭରରେ ୮ ୱିକେଟ ହରାଇ ୧୩୬ ରନ କରିଥିଲା । ଡିସି ପକ୍ଷରୁ ଡେଭିଡ ୱାର୍ନର ୫୪ ରନ କରିଥିବାବେଳେ ଫିଲିପ ସଲ୍ଟ ୨୧ ରନ, ଅମନ ହକିମ ଖାନ ୧୬ ରନ , ପ୍ରବିନ ଦୁବେ ୧୬ ରନ କରିଥିଲେ ।

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଡିସି । ଟିମ୍ ଅଧିନାୟକ ଡେଭିଡ ୱାର୍ନରଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲେ। ସେହିପରି ପିବିକେଏସ ଦଳ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା। ୨୦ ଓଭରରେ ପିବିକେଏସ ୭ ୱିକେଟ ହରାଇ ୧୬୭ ରନ କରିଥିଲା। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ ରହିଥିଲା। ପିକିକେଏସ ପକ୍ଷରୁ ପ୍ରଭସିମରନ ସିଂ ୧୦୩ ରନ କରିଥିବାବେଳେ ସାମ କୁରେନ ୨୦ ରନ, ସିକନ୍ଦର ରାଜା ୧୧ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରି ନ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି