Before Header

ପ୍ରଧାନମନ୍ତ୍ରୀ ଶିକ୍ଷାର ମହତ୍ୱକୁ ଜାଣନ୍ତି ନାହିଁ: ସିସୋଦିଆ

0 34

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଲ ଭିତରୁ ଚିଠି ଲେଖିଲେ ମନୀଷ ସିସୋଦିଆ । ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ଦେଶ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଚିଠି ଲେଖି ସିସୋଦିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଜଣେ ଉଚ୍ଚ ଶିକ୍ଷିତ ହେବା ଆବଶ୍ୟକ ।

ଦେଶର ଉନ୍ନତି ପାଇଁ ଶିକ୍ଷିତ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ରହିଛି । ମୋଦି ଶିକ୍ଷାକୁ ବୁଝନ୍ତି ନାହିଁ । ବିଜ୍ଞାନ ବୁଝନ୍ତି ନାହିଁ ଓ ଶିକ୍ଷାର ମହତ୍ୱକୁ ଜାଣନ୍ତି ନାହିଁ । ଅଳ୍ପ ଶିକ୍ଷାଗତ ଯୋଗ୍ୟତାର ପ୍ରଧାନମନ୍ତ୍ରୀ ଦେଶ ପାଇଁ ବିପଦଜନକ ଅଟେ । ସିସୋଦିଆଙ୍କ ଚିଠିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି ।

Leave A Reply

Your email address will not be published.