Masthead

୫୫ ରନରେ ଜିତିଲା ଗୁଜରାଟ ଟାଇଟାନ୍ସ

ଅହମଦାବାଦ(ବଡ଼ ଖବର ବ୍ୟୁରୋ): ଆପିଏଲ ୨୦୨୩ର ୩୫ ତମ ମ୍ୟାଚରେ ମଙ୍ଗଳବାର ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁଜରାଟ ଟାଇଟାନ୍ସ ୫୫ ରନରେ ବିଜୟ ହାସଲ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ମୁମ୍ବାଇ ୨୦ ଓଭରରେ ୯ ୱିକେଟ ହରାଇ ୧୫୨ ରନ କରିଥିଲା। ମୁମ୍ବାଇ ପକ୍ଷରୁ ଇଶାନ କିଶନ ୧୩ ରନ କରିଥିବାବେଳେ କ୍ୟାମେରୁନ ଗ୍ରୀନ ୩୩ ରନ, ସୂର୍ୟ୍ୟକୁମାର ଯାଦବ ୨୩, ନେହାଲ ୱେଧରା ୪୦, ପୀୟୂଷ ଚାୱଲା ୧୮, ଅର୍ଜୁନ ତେନ୍ଦୁଲକର ୧୩ ରନ କରିଥିଲେ।

ଟସ୍ ଜିତି ପ୍ରଥମେ ମୁମ୍ବାଇ ଇଣ୍ଡିଆନସ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଜିଟି ଟିମ ବ୍ୟାଟିଂ ଆରମ୍ଭ କରିଥିଲା। ୨୦ ଓଭରରେ ଗୁଜୁରାଟ ଟାଇଟନ୍ସ ୬ ୱିକେଟ ହରାଇ ୨୦୭ ରନ କରିଥିଲା। ଫଳରେ ମୁମ୍ବାଇ ପାଇଁ ବିଜୟ ଲକ୍ଷ୍ୟ ୨୦୮ ରନ ରହିଥିଲା। ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଶୁଭମନ ଗିଲ ୫୬ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ରନ, ବିଜୟ ଶଙ୍କର ୧୯ , ଅଭିନବ ମନୋହର ୪୨, ଡେଭିଡ ମିଲର ୪୬, ରାହୁଲ ତଓ୍ବୋତିଆ ୨୦ ରନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ