Masthead

ନିଷ୍ଠୁର ସାଜିଲେ ପୁଅବୋହୂ, ପର ଓଳିରେ ବିତୁଛି ମା’ ଲାବନାଙ୍କ ଜୀବନ

ଭୁବନ (ବଡ଼ ଖବର ବ୍ୟୁରୋ): ହଜିଗଲା ମାନବିକତା । ଜନ୍ମ ଦେଇଥିବା ମା’ ଆଜି ଅଲୋଡା । ତିନି ବର୍ଷ ହେବ ବୃଦ୍ଧା ମା’କୁ ଘରୁ ତଡିଦେଲେ ପୁଅବୋହୂ । ପର ଓଳିରେ ବିତୁଛି ଜୀବନ । ବୃଦ୍ଧା ମା’ଙ୍କ କେତେବେଳେ ଗାଁ କୋଠଘର ତ ଆଉ କେତେବେଳେ ମନ୍ଦିର ବାରଣ୍ଡା ପାଲଟିଛି ଆଶ୍ରୟସ୍ଥଳୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ କଣ୍ଟାସାହିରେ ।

କଣ୍ଟାସାହିର ଲାବନା ସାହାଣି, ବୟସ ୭୦ ବର୍ଷ । ତିରିଷ ବର୍ଷ ପୂର୍ବେ ସ୍ବାମୀ ଦିଶ ସାହାଣିଙ୍କର ଏକ ଅଜଣା ରୋଗରେ ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କର ମୃତ୍ୟୁ ପରେ ଭାଙ୍ଗି ପଡିନଥିଲେ ଲାବନା ସାହାଣି । ସରକାରୀ ସହାୟତା କହିଲେ ବିଧବା ଭତ୍ତା ଏବଂ ନିଜ ନାମରେ ଆବାସ ଘର ଖଣ୍ଡେ । ଏକମାତ୍ର ପୁଅ-ଝିଅଙ୍କୁ ଦୁଃଖ କଷ୍ଟ କରି ଛୋଟରୁ ବଡ କଲେ । ପୁଅ ବଡ ହୋଇ ଅଟୋ ଡ୍ରାଇଭର ଭାବେ କାର୍ଯ୍ୟ କରି ବେଶ ଦୁଇ ପଇସା ରୋଜଗାର କଲା । ହସଖୁସିରେ ଫାଟିପଡୁଥିଲା ଲାବନାଙ୍କ ସଂସାର । ଲାବନା ସାହାଣୀ ପ୍ରଥମେ ଝିଅ ଓ ପରେ ପୁଅ ପ୍ରକାଶର ବିବାହ କରାଇ ଘରକୁ ଆଣିଲେ ଲକ୍ଷ୍ମୀ ପ୍ରତିମା ବୋହୂ । ବେଶ କିଛି ବର୍ଷ ପୁଅ-ବୋହୂଙ୍କୁ ନେଇ ସୁଖରେ ସଂସାର ଚାଲିଲା । କିନ୍ତୁ ତିନିଚାରି ବର୍ଷ ପୂର୍ବେ କୌଣସି କଥାକୁ ନେଇ ଶାଶୁ-ବୋହୂ ମଧ୍ୟରେ କଥା କଟାକଟି ହୋଇଥିଲା । ତାପରେ ଲାବନାଙ୍କ ପରିବାରରେ ପଡିଲା ନୂଆ ଜବନୀକା । ପୁଅ ସ୍ତ୍ରୀ କଥାରେ ପଡି ବୃଦ୍ଧା ବିଧବା ମାଆକୁ ଘରୁ ମାଡମାରି ତଡିଦେଲା ।

ଆଜି ପର୍ଯ୍ୟନ୍ତ ବୃଦ୍ଧା ମାଆ କେମିତି ଅଛି କେହି ବି ପଚାରି ନାହାନ୍ତି । ଖରା ବର୍ଷାରେ ବାର ଦୁଆର ବୁଲି ପେଟ ପୋଷୁଛନ୍ତି ଲାବନା। ବେଳେବେଳେ ଉପବାସ ମଧ୍ୟ ରହୁଛନ୍ତି । ଗ୍ରାମବାସୀମାନେ ନିଜ ଇନ୍ଦିରା ଆବାସ ଘରେ ଲାବନାକୁ ରହିବା ପାଇଁ ସରକାର ସହାୟତା ହୁଅନ୍ତୁ ବୋଲି ନିବେଦନ କରିଛନ୍ତି। ଏବେ ଆଉ ପୂର୍ବ ପରି ଚାଲିବୁଲି ପାରୁନାହାନ୍ତି ମା’ ଲାବନା । ଆଖିକୁ ଭଲ କରି ଦିଶୁ ନାହିଁ କି କାନକୁ ଭଲକରି ଶୁଭୁ ନାହିଁ । ଶେଷ ସମୟରେ ସାହାରା ପାଇବା ପାଇଁ ପୁଅବୋହୂଙ୍କ ପାଖକୁ ଧାଇଁ ଯାଇଥିଲା ବୃଦ୍ଧା ଲାବନା । ଆଶା ରଖିଥିଲା ଏତେ ବର୍ଷ ପରେ ଘରକୁ ଫେରିଲେ ପୁଅବୋହୂ ଆଦରି ନେବେ । କିନ୍ତୁ ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା । ମାଡ ଗାଳି ଦେଇ ଘରୁ ତଣ୍ଟିଆ ମାରି ବୋହୂ ସୁକାନ୍ତି ତଡିଦେବ ବୋଲି କିଏ ଜାଣିଥିଲା । ନିଜ ନାମରେ ଥିବା ଘର ଖଣ୍ଡେ ବି ନିଜର ହେଲାନାହିଁ । କେତେ ଆଉ ବାର ଓଳି ଶୁଣ୍ଢି ପିଣ୍ଢା ହେବେ ଲାବନା । ଜହର ଟିକେ କିଏ ଦେଲେ ଖାଇ ସବୁ ଦିନ ପାଇଁ ଶୋଇପଡିବେ ବୋଲି କୋହଭରା କଣ୍ଠରେ କହନ୍ତି ମା’ ଲାବନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ 🔴 ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା 🔴 ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ, ୧୦ ଜିଲ୍ଲାକୁ ସତର୍କ 🔴 ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ 🔴 ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା 🔴 ଓଲଟିଲା ଯାତ୍ରୀବାହୀ ବସ୍‌; ୧୦ରୁ ଊର୍ଦ୍ଧ୍ବ ଗୁରୁତର 🔴 ଜାମ୍ମୁକାଶ୍ମୀରେ ସିଆରପିଏଫ ଯବାନଙ୍କ ଗାଡ଼ି ର୍ଦୁଘଟଣା ଗ୍ରସ୍ତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ