Masthead

ନିଖୋଜ ଅଛନ୍ତି କି ଚୀନର ବୈଦେଶିକ ମନ୍ତ୍ରୀ?

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): କୁଆଡ଼େ ଗଲେ ଚୀନର ବୈଦେଶିକ ମନ୍ତ୍ରୀ? ନିଖୋଜ ଅଛନ୍ତି କି କିନ୍ ଗ୍ୟାଙ୍ଗ? ଲଗାତାର କିଛି ଦିନ ହେବ ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କୁ ନେଇ ଏଭଳି ପ୍ରଶ୍ନ ସାମ୍ନାକୁ ଆସୁଛି । କରାଯାଉଛି ବିଭିନ୍ନ କଳ୍ପନା ଜଳ୍ପନା । କଥା ଉଠୁଛି ଯେ ଜଣେ ସାମ୍ବାଦିକଙ୍କ ସହ ତାଙ୍କର ପରକୀୟା ପ୍ରୀତି ରହିଥିଲା । ଏକଥା ସାମ୍ନାକୁ ଆସିଲା ପରେ ହିଁ ତାଙ୍କର ନିଖୋଜର ଖବର ସାମ୍ନାକୁ ଆସିଛି । ତେବେ ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ ବୈଦେଶିକ ମନ୍ତ୍ରୀ ପରି ଜଣେ ଉଚ୍ଚପଦସ୍ଥ ମନ୍ତ୍ରୀଙ୍କ ନିଖୋଜ ହେବାକୁ ନେଇ ମୁହଁ ଖୋଲୁନାହାନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ତେବେ ଗଣମାଧ୍ୟମର ରିପୋର୍ଟ ମୁତାବକ ଜଣେ ମହିଳା ସାମ୍ବାଦିକଙ୍କ ସହିତ ତାଙ୍କର ସମ୍ପର୍କ ଥିଲା । କିଛି ଏହାକୁ ପ୍ରଫେସନାଲ ରିଲେସନସିପ୍ ଆଖ୍ୟା ଦେଉଥିବା ବେଳେ କିଛି ଏହାକୁ ଅବୈଧ ବୋଲି କହୁଛନ୍ତି । ତାଙ୍କ ମିସିଙ୍ଗର କାରଣ ଏହି ଯୁବତୀ ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ଦୁଇ ଜଣଙ୍କର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଅନ୍ୟପଟେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣ ପାଇଁ ସର୍ବସାଧାରଣଙ୍କ ସାମ୍ନାକୁ ଆସୁନାହାନ୍ତି ବୋଲି ମଧ୍ୟ କିଛି ରିପୋର୍ଟ କହୁଛି । କାରଣ ଜାକାର୍ତ୍ତାରେ ଅନୁଷ୍ଠିତ ହେବାକୁ ଥିବା ଆସୋସିଏସନ ଅଫ ସାଉଥଇଷ୍ଟ ଏସିଆନ ନେସନ୍ସ ମିଟିଙ୍ଗରେ ଯୋଗ ଦେବାର ଥିଲା । ଅସୁସ୍ଥତା କାରଣରୁ ସେ ଏହି ବୈଠକରେ ଯୋଗ ଦେଇପାରିନଥିଲେ । ଶେଷ ଥର ପାଇଁ ଋଷିଆର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ବୈଠକରେ ନଜରକୁ ଆସିଥିଲେ କିନ୍ ଗ୍ୟାଙ୍ଗ । ସେହିଦିନ ଠାରୁ ପାଖାପାଖି ୩ ସପ୍ତାହ ହୋଇଗଲାଣି ଜନସାଧାରଣଙ୍କ ଦୃଷ୍ଟିକୁ ଆସିନାହାନ୍ତି ଚୀନର ବୈଦେଶିକ ମନ୍ତ୍ରୀ । ସେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଏଯାଏ ତାଙ୍କ ବିଷୟରେ କୌଣସି ସ୍ପଷ୍ଟ କଥା ସାମ୍ନାକୁ ଆସିନାହିଁ । ସେପଟେ ଆଉ ଏକ କଥାକୁ ନେଇ ମଧ୍ୟ ଚର୍ଚ୍ଚା ବଢୁଛି । ମନ୍ତ୍ରୀଙ୍କ ନିଖୋଜରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୁଣ୍ଡବିନ୍ଧାକୁ ବଢାଇ ଦେଇଛି । ତେବେ ଏଥିରେ ସେ କିଛି ଲୁଚାଛନ୍ତି ବୋଲି ମଧ୍ୟ ଶୁଣାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି