Masthead

ହମାସ୍ ଆକ୍ରମଣରେ ଇସ୍ରାଏଲରେ ୩୦୦ ମୃତ, ୧୫୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଆରମ୍ଭ ହୋଇଛି ଆଉ ଏକ ଯୁଦ୍ଧ । ମିଡିଲ ଇଷ୍ଟରେ ଆରମ୍ଭ ହୋଇଛି ଯୁଦ୍ଧ । ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ୩୦୦କୁ ବୃଦ୍ଧି ହେବା ସହ ୧୫୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୫୦ରୁ ଅଧିକ ସାଧାରଣ ନାଗରିକ ଓ ସୈନିକଙ୍କୁ ହାମାସ୍ ବନ୍ଦୀ ରଖିଥିବା କୁହାଯାଉଛି । ଅନ୍ୟପଟେ ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣ ପରେ ପ୍ରଚଣ୍ଡ ପ୍ରତିଆକ୍ରମଣ କରିଛି ଇସ୍ରାଏଲ । ଯୁଦ୍ଧ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଶତ୍ରୁଙ୍କୁ ନିପାତ କରିବାକୁ ଇସ୍ରାଏଲ ଆରମ୍ଭ କରିଛି ଅପରେସନ ଆଇରନ ସୋର୍ଡ । ଗାଜାରେ ଇସ୍ରାଏଲ ଯୁଦ୍ଧବିମାନ ପକ୍ଷରୁ ବୋମା ବର୍ଷା କରାଯାଉଛି । ଏଥିରେ ପାଲେଷ୍ଟାଇନର ୨ ଶହରୁ ଅଧିକଙ୍କ ଜୀବନ ଗଲାଣି ।

ଇସ୍ରାଏଲର କିଛି ଜାଗାରେ ଆତଙ୍କୀ ଓ ସେନା ମଧ୍ୟରେ ଏବେବି ଲଢ଼େଇ ଜାରି ରହିଥିବା କୁହାଯାଉଛି । ହାମାସର ଆକ୍ରମଣ ପରେ ମହାଯୁଦ୍ଧ ଆଡକୁ ମୁହାଁଇଛି ଇସ୍ରାଏଲକୁ ସାରା ବିଶ୍ୱରୁ ସମର୍ଥନ ମିଳିଛି । ଭାରତ ଖୋଲାଖୋଲି ଇସ୍ରାଏଲକୁ ସମର୍ଥନ କରିଛି । ସେପଟେ ଇସ୍ରାଏଲ ଉପରେ ଆକ୍ରମଣ ପରେ ବିଶ୍ବର ବହୁ ପ୍ରମୁଖ ରାଷ୍ଟ୍ରମାନେ ଦୃଢ଼ ନିନ୍ଦା କରିଛନ୍ତି। ଇସ୍ରାଏଲର ଦୃଢ଼ ସମର୍ଥନରେ ଭାରତ ସହ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ ଓ କାନାଡ଼ା ଭଳି ପ୍ରମୁଖ ରାଷ୍ଟ୍ରମାନେ ବି ବାହାରିଛନ୍ତି। ଇସ୍ରାଏଲରେ ଥିବା ନାଗରରିକଙ୍କୁ ଘରୁ ନବାହାରିବାକୁ ଭାରତ ଆଡଭାଇଜରି ଜାରି କରିଛି । ଅନ୍ୟପଟେ ଇରାନ ଆତଙ୍କୀ ସଂଗଠନ ହାମାସକୁ ସମର୍ଥନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର