Masthead

ମିଡିଲ ଇଷ୍ଟରେ ପୁଣି ଯୁଦ୍ଧର ଘନଘଟା, ଯୁଦ୍ଧ ଘୋଷଣା କଲା ଇସ୍ରାଏଲ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯୁଦ୍ଧ ଡାକରା ଦେଲା ଇସ୍ରାଏଲ । । ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହମାସର ଘନ ଘନ ରକେଟ ମାଡ଼ ପରେ ଚିହିକି ଉଠିଲା ଇସ୍ରାଏଲ ।  ଅଧ ଘଣ୍ଟା ଭିତରେ ହମାସ ୫ ହଜାର ରକେଟ ମାଡ଼ କରିଥିବାର ସୂଚନା ମିଳିଛି । ଏପରିକି ପାରା ଗ୍ଲାଇଡ୍ ମଧ୍ୟ ଏଥିରେ ନିୟୋଜିତ ହୋଇଛନ୍ତି । ହମାସ ତରଫରୁ ଏହି ସାମରିକ ଅଭିଯାନର ନାଁ ରଖାଯାଇଛି ଅପରେସନ ଅଲ୍ ଅକସା ଫ୍ଲଡ୍ । ଯାହାକୁ ନେଇ ଯୁଦ୍ଧକାଳୀନ୍ ସ୍ଥିତି ଘୋଷଣା କଲା ଇସ୍ରାଏଲ ।

ସେନା ଓ ଇଣ୍ଟିଲିଜେସନ୍ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସ୍ଥିତିର ସମୀକ୍ଷା କରିବାକୁ ଖୁବ ଶୀଘ୍ର ଏକ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ହମାସକୁ ଏହି ଆକ୍ରମଣ ବହୁତ ମହଙ୍ଗା ପଡ଼ିବ ଓ ତାକୁ ଉଚିତ ଶିକ୍ଷା ଦିଆଯିବ ବୋଲି କହିଛି ଇସ୍ରାଏଲ । ସୂଚନା ଅନୁସାରେ ଶନିବାର ପାଲେଷ୍ଟାଇନ୍ ଆତଙ୍କବାଦୀ ଇସ୍ରାଏଲ ଉପରେ ଲଗାତାର ରକେଟ ମାଡ କରିଥିଲେ । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ପରିସ୍ଥିତି ଜଟିଳ ହେବାରୁ ଇସ୍ରାଏଲ ସରକାର ଯୁଦ୍ଧ ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ