Masthead

‘ବିକ୍ରମ’ର ଲ୍ୟାଣ୍ଡିଂ ସମୟର ଭିଡ଼ିଓ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚନ୍ଦ୍ର ଅଭିଯାନ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣ ସଂସ୍ଥା-ଇସ୍ରୋକୁ ପ୍ରଶଂସାର ସୁଅ ଛୁଟୁଛି । ଏହାରି ଭିତରେ ଇସ୍ରୋ ଜାରି କରିଛି ନୂଆ ଭିଡ଼ିଓ ।

ଗତ ୨୩ ତାରିଖରେ  ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଠିଂ କରିଥିବା ‘ବିକ୍ରମ’ର ଲ୍ୟାଣ୍ଡିଂ ସମୟର ଭିଡ଼ିଓ ଜାରି କଲା ଇସ୍ରୋ । ଲ୍ୟାଣ୍ଡିଂ ସମୟରେ ସମ୍ପୂର୍ଣ୍ଣ ପ୍ରିକ୍ରିୟା ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ଇମେଜର କ୍ୟାମେରାରେ ରେକର୍ଡ ହୋଇଛି ।

ଯେଉଁଥିରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଅଗ୍ରସର ହେଉଛି । ଅତି ନିକଟରୁ ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଲ୍ୟାଣ୍ଡରର କିଛି ଅଂଶ ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ଗତକାଲି କିଛି ଫଟୋ ଜାରି କରିଥିଲା ଇସ୍ରୋ, ଆଜି ଭିଡିଓ ଜାରି କରିଛି । ଏହାସହ ଇସ୍ରୋ ଟ୍ୱିଟ୍ କରି  କହିଛି, ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସବୁ କିଛି କାର୍ୟ୍ୟ ସଂପାଦିତ ହେଉଛି । ରୋଭର ଚନ୍ଦ୍ରପୃଷ୍ଠରେ ବୁଲିବା ସହ ତା’ର କାର୍ୟ୍ୟ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ