Masthead

ଇସ୍ରୋକୁ ମିଳିଲା ସଫଳତା, ଉତକ୍ଷେପଣ ହେଲା ନାଭିଗେସନ ସାଟେଲାଇଟ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ମହାକାଶ ଗବେଶଣା ସଂସ୍ଥା ଇସ୍ରୋକୁ ମିଳିଲା ଆଉ ଏକ ସଫଳତା । ଉତକ୍ଷେପଣ ହେଲା ନାଭିଗେସନ ସାଟେଲାଇଟ । ମହାକାଶକୁ ଗଲା ସେକେଣ୍ଡ ଜେନେରେସନ ନାଭିଗେସନ ସାଟେଲାଇଟ । ଜିଏସଏଲଭି-ଏଫ୧୨ ଜରିଆରେ ଏନଭିଏସ-୧ର ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏହା ଦ୍ୱାରା ଆହୁରି ସୁଦୃଢ ହେବ ଜିପିଏସ ସିଷ୍ଟମ । ଏହି ଉପଗ୍ରହ ସଶସ୍ତ୍ର ବାହିନୀକୁ ଶକ୍ତିଶାଳୀ କରିବା ଏବଂ ପରିବହନ ସେବା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି ।

ଆମେରିକାରର ଗ୍ଲୋବାଲ ପୋଜିସନ ସିଷ୍ଟମ (ଜିପିଏସ) ଭଳି ଏହା କାର୍ଯ୍ୟ କରିବ। ଏହା ପୃଥିବୀ, ବାୟୁ ଏବଂ ସମୁଦ୍ର ପରିବହନ, ଅବସ୍ଥାନ ଭିତ୍ତିକ ସେବା, ବ୍ୟକ୍ତିଗତ ଗତିଶୀଳତା, ଉତ୍ସ ମନିଟରିଂ, ସର୍ବେକ୍ଷଣ ଏବଂ ଜିଓଡେସି, ବୈଜ୍ଞାନିକ ଅନୁସନ୍ଧାନ, ସମୟ ବିସ୍ତାର କରିବା ସହିତ ଜରୁରୀକାଳୀନ ପରିସ୍ଥିତିରେ ସହାୟତା ଯୋଗାଇବାକୁ ସକ୍ଷମ ହେବ। ଏହି ସାଟେଲାଇଟର ଓଜନ ୨୨୩୨ କିଲୋଗ୍ରାମ। ଉତକ୍ଷେପଣ ସଫଳ ହୋଇଥିବା ନେଇ ଇସ୍ରୋ ପକ୍ଷର ସୂଚନା ଦିଆଯାଇଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ସକାଳ ୧୦ଟା ୪୨ରେ ଉତକ୍ଷେପଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି