Masthead

ଇସ୍ରୋକୁ ମିଳିଲା ସଫଳତା, ଉତକ୍ଷେପଣ ହେଲା ନାଭିଗେସନ ସାଟେଲାଇଟ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ମହାକାଶ ଗବେଶଣା ସଂସ୍ଥା ଇସ୍ରୋକୁ ମିଳିଲା ଆଉ ଏକ ସଫଳତା । ଉତକ୍ଷେପଣ ହେଲା ନାଭିଗେସନ ସାଟେଲାଇଟ । ମହାକାଶକୁ ଗଲା ସେକେଣ୍ଡ ଜେନେରେସନ ନାଭିଗେସନ ସାଟେଲାଇଟ । ଜିଏସଏଲଭି-ଏଫ୧୨ ଜରିଆରେ ଏନଭିଏସ-୧ର ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏହା ଦ୍ୱାରା ଆହୁରି ସୁଦୃଢ ହେବ ଜିପିଏସ ସିଷ୍ଟମ । ଏହି ଉପଗ୍ରହ ସଶସ୍ତ୍ର ବାହିନୀକୁ ଶକ୍ତିଶାଳୀ କରିବା ଏବଂ ପରିବହନ ସେବା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି ।

ଆମେରିକାରର ଗ୍ଲୋବାଲ ପୋଜିସନ ସିଷ୍ଟମ (ଜିପିଏସ) ଭଳି ଏହା କାର୍ଯ୍ୟ କରିବ। ଏହା ପୃଥିବୀ, ବାୟୁ ଏବଂ ସମୁଦ୍ର ପରିବହନ, ଅବସ୍ଥାନ ଭିତ୍ତିକ ସେବା, ବ୍ୟକ୍ତିଗତ ଗତିଶୀଳତା, ଉତ୍ସ ମନିଟରିଂ, ସର୍ବେକ୍ଷଣ ଏବଂ ଜିଓଡେସି, ବୈଜ୍ଞାନିକ ଅନୁସନ୍ଧାନ, ସମୟ ବିସ୍ତାର କରିବା ସହିତ ଜରୁରୀକାଳୀନ ପରିସ୍ଥିତିରେ ସହାୟତା ଯୋଗାଇବାକୁ ସକ୍ଷମ ହେବ। ଏହି ସାଟେଲାଇଟର ଓଜନ ୨୨୩୨ କିଲୋଗ୍ରାମ। ଉତକ୍ଷେପଣ ସଫଳ ହୋଇଥିବା ନେଇ ଇସ୍ରୋ ପକ୍ଷର ସୂଚନା ଦିଆଯାଇଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ସକାଳ ୧୦ଟା ୪୨ରେ ଉତକ୍ଷେପଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ