Before Header

ଏବେ ଚାନ୍ଦବାଲିରୁ ଧାମରା ଯିବାପାଇଁ ଲାଗିବ ୧ଘଣ୍ଟାରୁ କମ ସମୟ

0 124

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନ୍ତେଇ ନଦୀ ଉପରେ ତିଆରି ହୋଇଥିବା ନବର୍ନିମିତ ପୋଲ ସମ୍ବନ୍ଧରେ ଟୁଇଟ କରିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟମକେଶ ରାଏ । ସେ ଟୁଇଟ କରି ଲେଖିଛନ୍ତି ବର୍ଷ ବର୍ଷ ଧରି ମନ୍ତେଇ ନଦୀ ଉପରେ ଗୁରୁତ୍ୱପୂର୍ଣ୍ଣ ପୋଲଟିଏ ତିଆରି ହୋଇପାରୁ ନଥିଲା । ଫଳରେ ଚାନ୍ଦବାଲିରୁ ଧାମରା ଯିବା ଲାଗି ୪ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା । କିଛି ସ୍ଥାନୀୟ ବିଜେପି ନେତା ଇନଲ୍ୟାଣ୍ଡ ୱାଟରୱେର ଆଳ ଦେଖାଇ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ତେବେ ୫-ଟି ଅଧୀନରେ ଏହି ବହୁପ୍ରତୀକ୍ଷିତ ବ୍ରିଜ ଏବଂ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଲୋକେ ଏବେ ଘଣ୍ଟାଏରୁ ବି କମ୍ ସମୟରେ ଚାନ୍ଦବାଲିରୁ ଧାମରାରେ ପହଞ୍ଚି ପାରିବେ । କେଉଁ ନେତାମାନେ ଏହି ବ୍ରିଜ୍ ନିର୍ମାଣକୁ ବିରୋଧ କରୁଥିଲେ, ତାହା ସମସ୍ତେ ଜାଣନ୍ତି । ଏପରି ଲେଖି ସେ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି ।

Leave A Reply

Your email address will not be published.