Masthead

ଇଡିର ସମନ ପରେ ବି ଆସୁନାହାନ୍ତି ଜ୍ୟାକଲିନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):   ବଢୁଛି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । ଇଡିର ସମନ ପରେ ସମନ ଜାରି ହେବା ପରେ ବି ଜ୍ୟାକଲିନ ହାଜର ହେଉନାହାନ୍ତି । ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ତାଙ୍କୁ ସମନ ହୋଇଥିଲା । ଆଜି ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଥିଲା କିନ୍ତୁ ସେ ଆଜି ବି ଇଡିର ସମନକୁ ଏଡାଇ ଦେଇଛନ୍ତି ।

ଖବର ଅନୁସାରେ ଜ୍ୟାକଲିନ ଥରେ କି ୨ ଥର ନୁହେଁ ୪ ଥର ଇଡିର ସମନକୁ ଏଡାଇ ଦେଇଛନ୍ତି । ଜ୍ୟାକଲିନ ବ୍ୟକ୍ତିଗତ କାରଣ ଦର୍ଶାଇ ତଦନ୍ତରେ ସାମିଲ ହୋଇପାରୁନାହାନ୍ତି ବୋଲି କହିଛନ୍ତି । ସେ ଆସନ୍ତା ନଭେମ୍ବର ଯାଏଁ ସମୟ ଦେବାକୁ ଅନୁରୋଧ କରିଛନ୍ତି । ଇଡି ନଜରରେ ଅଛନ୍ତି ଏହି ଅଭିନେତ୍ରୀ । ଜ୍ୟକଲିନଙ୍କ ଆର୍ଥିକ କାରବାର ଉପରେ ଇଡି ନଜର ରଖିଛି । ତାଙ୍କ କହିବା ଅନୁସାରେ, ଜ୍ୟାକଲିନଙ୍କ ଆର୍ଥିକ ହେରଫେର ମାମଲାରେ ଧରାପଡିଥିବା କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ରହିଛି ।

ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଜ୍ୟାକଲିନଙ୍କ ସହ ଯଥାଶୀଘ୍ର ପଚରାଉଚରା କରିବାକୁ ଚାହୁଁଛି । ତେବେ ଜ୍ୟାକଲିନ ଏବଂ ସୁକେଶଙ୍କ ମଧ୍ୟରେ କୌଣସି କାରବାର ହୋଇଛି କି ନାହିଁ ତାହା ଜାଣିବାକୁ ଏବେ ଇଡି ଚେଷ୍ଟା କରୁଛି । ସୂଚନା ଥାଉକି ୨୦୦ କୋଟି ଟଙ୍କା ଠକେଇ ମାମଲାରେ କନମାନ ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ଲୀଲା ପାଲ ଇଡି ହେପାଜତରେ ଅଛନ୍ତି । ଜ୍ୟାକଲିନଙ୍କ ପୂର୍ବରୁ ଇଡି ନୋରା ଫତେହିଙ୍କୁ ମଧ୍ୟ ଗତ ସପ୍ତାହରେ ଗୁରୁବାର ଦିନି ପଚରାଉଚରା କରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ