Masthead

ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ…

ଚାରୋଟି ରାଜ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) :ପୁଣି ହେବ ମକଡ୍ରିଲ । ଗୁରୁବାରଠାରୁ ପାକିସ୍ତାନ ସୀମାବର୍ତ୍ତୀ ଚାରୋଟି ରାଜ୍ୟରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗୃହ ମନ୍ତ୍ରାଳୟର ନିର୍ଦେଶ ଅନୁଯାଇ ଦେଶରେ ୨୪୪ଟି ଜିଲ୍ଲାରେ ମକ୍ ଡ୍ରିଲ୍ କରାଯାଇଥିଲା । ବର୍ତ୍ତମାନ ପାକିସ୍ତାନ ସୀମାବର୍ତ୍ତୀ ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ, ଓ ଜମ୍ମୁ କାଶ୍ମୀରରେ ହେବ ମକ୍ ଡ୍ରିଲ୍ ।

ଏହାସହ ହରିଆଣା ସରକାର ମଧ୍ୟ ରାଜ୍ୟର ଜରୁରୀକାଳୀନ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା କ୍ଷମତାକୁ ବୃଦ୍ଧି କରିବା ପାଇଁ ମେ ୨୯ ତାରିଖରେ ସନ୍ଧ୍ୟା ୫ଟାରୁ ୨୨ଟି ଜିଲ୍ଲାରେ ‘ଅପରେସନ୍ ସିଲ୍ଡ’ ନାମକ ଏକ ପ୍ରମୁଖ ରାଜ୍ୟସ୍ତରୀୟ ନାଗରିକ ପ୍ରତିରକ୍ଷା ଅଭ୍ୟାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆତଙ୍କବାଦୀଙ୍କ ପହଲଗାମ ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିଲା ଅପରେସନ ସିନ୍ଦୂର । ଭାରତର ଆକ୍ରମଣରେ ପାକିସ୍ତାନର ଅନେକ କ୍ଷୟକ୍ଷତି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ