ଜଗା ତୁ ସ୍ୱାର୍ଥପରଟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜଗା ଏଠୁ ଥାଇ ତତେ ଚିଠିଟିଏ । ଭକ୍ତ ଟିଏ ହୋଇ । ତୁ ନାଁ ଭାରି କପଟିଆ । ତୋ କପଟକୁ କେହି ବୁଝି ପାରିବେନିରେ । ଦେଖୁନୁ ଏବର୍ଷ ବି ଆମକୁ ଡାକିଲୁନି । କେତେ ଆଶାଥିଲା । କେତେ ଭରସା କରିଥିଲୁ । ଡାକିବୁ, ଆମେ ରଥ ଟାଣିବୁ । ସରଧା ବାଲିରେ ଗଡିବୁ । ହେଲେ ଗତ ବର୍ଷ ଭଳି, ଏବର୍ଷ ବି ଆମକୁ ତୁ ଭୁଲିଗଲୁ । ତୁ କହୁ ଗୋଟେ କଥା କରୁ ଆଉ ଗୋଟେ । ତୁ ଭାରି ସ୍ୱାର୍ଥପରଟା । ଅବିବେକିଟା । ଆଉ କହିଲେ କହିବୁ କ’ଣ ନା କରୋନା । କରୋନା ହୋଇଯିବ । ଭୂତାଣୁ ଯୋଗୁଁ ସବୁ ନିସିଦ୍ଧ । ବଡ଼ଦାଣ୍ଡକୁ ମନା । ଘରେ ରୁହ । ଏମିତି କେତେ କଥା । ଯା ତୋ କଥା କିଏ ଶୁଣିବ ଯେ । ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଆସିଲା ବେଳେ ତତେ ତ କରୋନା ହେଉନି । ଖାଲି କ’ଣ ସେମିତି ଆସିଲୁ, ଆମକୁ ଦେଖେଇ ହେବା ପାଇଁ ଦୋହୋଲି ଦୋହୋଲି ଆସିଲୁ ପରା ।

ନନ୍ଦିଘୋଷରେ ଶ୍ରୀଗୁଣ୍ଡିଚା ଗଲୁ ମାଉସୀ ମା’ ଘରକୁ । ତୋ ପାଇଁ ଯଦି କଟକଣା ନାହିଁ ଆମ ପାଇଁ କାହିଁକି ଏତେ । ଓଃ ଏବେ ବୁଝିଲି, ତୁ ତ ଜଗତ ଠାକୁର ନାଁ । ବିଶ୍ୱନିୟନ୍ତା । ପତିତପାବନ । ଲୋକେ କହନ୍ତି ତୁ ଭକ୍ତ ବତ୍ସଳ । ଏ ଦୃଶ୍ୟ ଦେଖିଲା ପରେ କିଏ, କେଉଁ ମୁହଁରେ କହିବ ଯେ ତୁ ଭକ୍ତ ବତ୍ସଳ ବୋଲି । ଭକ୍ତ କାନ୍ଦୁଛି ହେଲେ ତୋର ନନ୍ଦିଘୋଷ ରଥ ଚଢିବା ସୌକ । ଯିଏ ଯାହା ହେଉ ତୋର କ’ଣ ଯାଏ ଆସେ ଯେ । ତୋର ଗୋଟିଏ ଲକ୍ଷ୍ୟ ମାଉସୀ ମା’ ଘରେ ପହଞ୍ଚିବୁ । ଆଉ ପହଞ୍ଚିଗଲୁ ବି ।

ଜାଣେ ପତିତଜନଙ୍କୁ ତୁ ଉଦ୍ଧାର କରୁ । ହେଲେ କେବେ ତତେ ଟିକେ ଦେଖିବୁ । ଆଖି ଲାଖି ଯାଉଛିରେ । ମନ ମାନୁନି । କୋହ ଖାଲି ଚାପି ରଖିବା ଛଡା ତୋ ଭକ୍ତ ପାଖରେ ଆଉ କିଛି ନାହିଁ । ଜଗା । ଏ ଜଗା । ପୁଣି ଆର ବରଷକୁ ଅପେକ୍ଷା । ସେତେବେଳେ ଆଉ କରୋନାର ବାହାନା କରିବୁନି । ଆମେ ସମସ୍ତେ ଯିବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ