Masthead

ସାହାଯ୍ୟ ଖୋଜୁଛନ୍ତି ଜଗନ୍ନାଥ

ବେଗୁନିଆ (ବଡ଼ ଖବର ବ୍ୟୁରୋ):  ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଗୁଡୁମ ଗାଁ ର ଜଗନ୍ନାଥ ବାରିକ। ଜଗନ୍ନାଥଙ୍କ ପରିବାର କହିଲେ ଦୁଇ ପୁଅ ଓ ସ୍ତ୍ରୀ । ଜଗନ୍ନାଥ ପିଲାମାନଙ୍କୁ ଟିୟୁସନ କରି ନିଜର ପରିବାର ପୋଷଣ କରୁଥିଲେ। ସମୟ ଗଡ଼ିବା ସହିତ ତାଙ୍କର ଆଖିକୁ କିଛି ଦେଖାଗଲା ନାହିଁ। ପରିବାର ଲୋକେ ଜଗନ୍ନାଥଙ୍କ ଆଖିର ଚିକିତ୍ସା ନିମନ୍ତେ ଭୁବନେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଜଗନ୍ନାଥଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ନିଜ ଆଖିର ଚିକିତ୍ସା ନିମନ୍ତେ ତାଙ୍କ ପାଇଁ ଅର୍ଥ ସାଜିଛି ବାଧକ। ଯାହାଫଳରେ ସେ ନିଜ ଆଖି ଚିକିତ୍ସା ନକରିପାରି ଏବେ ଦୃଷ୍ଟିହୀନ ହୋଇପଡିଛନ୍ତି।

ଜଗନ୍ନାଥ ନିଜର ଚକ୍ଷୁ ଦୁଇଟି ହରେଇବା ପରେ ବେସାହାରା ହୋଇପଡିଛନ୍ତି ତାଙ୍କର ପରିବାର ଲୋକେ। ପରିବାର କହିଲେ ୪ ପ୍ରାଣୀ । ଭଙ୍ଗା କୁଡ଼ିଆ ସାଙ୍ଗକୁ ଭତ୍ତା ପଇସାରେ ୪ ଜଣ କୁଟୁମ୍ବ ଚଳିବା କଷ୍ଟସାଧ୍ୟ ହୋଇପଡିଛି । ଖେଳକୁଦ ସାଙ୍ଗକୁ ପାଠପଢ଼ା ବୟସରେ ପରିବାର ଚଲେଇବା ଏବେ ତାଙ୍କ ପୁଅ ସତ୍ୟବ୍ରତଙ୍କ ପାଖରେ ବଡ଼ ସମସ୍ୟା ପାଲଟିଛି। ଜଗନ୍ନାଥଙ୍କ ପରିବାର ଲୋକେ ପ୍ରଶାସନଙ୍କୁ ଗୁହାରି କରିଥିଲେ ମଧ୍ୟ ନା ମିଳିପାରୁଛି ଖଣ୍ଡିଏ ବାସଗୃହ ,ନା ମିଳୁଛି ସରକାରୀ ସହାୟତା । ପ୍ରଶାସନ ତରଫରୁ ଘର ଖଣ୍ଡିଏ ପାଇଁ ନିବେଦନ କରିଛନ୍ତ ଜଗନ୍ନାଥ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ