Masthead

ସାହାଯ୍ୟ ଖୋଜୁଛନ୍ତି ଜଗନ୍ନାଥ

ବେଗୁନିଆ (ବଡ଼ ଖବର ବ୍ୟୁରୋ):  ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଗୁଡୁମ ଗାଁ ର ଜଗନ୍ନାଥ ବାରିକ। ଜଗନ୍ନାଥଙ୍କ ପରିବାର କହିଲେ ଦୁଇ ପୁଅ ଓ ସ୍ତ୍ରୀ । ଜଗନ୍ନାଥ ପିଲାମାନଙ୍କୁ ଟିୟୁସନ କରି ନିଜର ପରିବାର ପୋଷଣ କରୁଥିଲେ। ସମୟ ଗଡ଼ିବା ସହିତ ତାଙ୍କର ଆଖିକୁ କିଛି ଦେଖାଗଲା ନାହିଁ। ପରିବାର ଲୋକେ ଜଗନ୍ନାଥଙ୍କ ଆଖିର ଚିକିତ୍ସା ନିମନ୍ତେ ଭୁବନେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଜଗନ୍ନାଥଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ନିଜ ଆଖିର ଚିକିତ୍ସା ନିମନ୍ତେ ତାଙ୍କ ପାଇଁ ଅର୍ଥ ସାଜିଛି ବାଧକ। ଯାହାଫଳରେ ସେ ନିଜ ଆଖି ଚିକିତ୍ସା ନକରିପାରି ଏବେ ଦୃଷ୍ଟିହୀନ ହୋଇପଡିଛନ୍ତି।

ଜଗନ୍ନାଥ ନିଜର ଚକ୍ଷୁ ଦୁଇଟି ହରେଇବା ପରେ ବେସାହାରା ହୋଇପଡିଛନ୍ତି ତାଙ୍କର ପରିବାର ଲୋକେ। ପରିବାର କହିଲେ ୪ ପ୍ରାଣୀ । ଭଙ୍ଗା କୁଡ଼ିଆ ସାଙ୍ଗକୁ ଭତ୍ତା ପଇସାରେ ୪ ଜଣ କୁଟୁମ୍ବ ଚଳିବା କଷ୍ଟସାଧ୍ୟ ହୋଇପଡିଛି । ଖେଳକୁଦ ସାଙ୍ଗକୁ ପାଠପଢ଼ା ବୟସରେ ପରିବାର ଚଲେଇବା ଏବେ ତାଙ୍କ ପୁଅ ସତ୍ୟବ୍ରତଙ୍କ ପାଖରେ ବଡ଼ ସମସ୍ୟା ପାଲଟିଛି। ଜଗନ୍ନାଥଙ୍କ ପରିବାର ଲୋକେ ପ୍ରଶାସନଙ୍କୁ ଗୁହାରି କରିଥିଲେ ମଧ୍ୟ ନା ମିଳିପାରୁଛି ଖଣ୍ଡିଏ ବାସଗୃହ ,ନା ମିଳୁଛି ସରକାରୀ ସହାୟତା । ପ୍ରଶାସନ ତରଫରୁ ଘର ଖଣ୍ଡିଏ ପାଇଁ ନିବେଦନ କରିଛନ୍ତ ଜଗନ୍ନାଥ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା