Masthead

ଲଣ୍ଡନରେ ହେବ ଜଗନ୍ନାଥ ମନ୍ଦିର, ୨୫୦ କୋଟି ଟଙ୍କା ଦେବ ଫିନ୍ନେଷ୍ଟ କମ୍ପାନୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲଣ୍ଡନରେ ହେବ ଜଗନ୍ନାଥ ମନ୍ଦିର । ଶୁଭିବ ଜୟ ଜଗନ୍ନାଥ । ମନ୍ଦିର ନିର୍ମାଣ ପାଇଁ ୨୫୦ କୋଟି ଟଙ୍କା ଦେବ ଫିନ୍ନେଷ୍ଟ କମ୍ପାନୀ । ଲଣ୍ଡନରେ ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ଦ୍ୱାରା ଆୟୋଜିତ ହୋଇଥିଲା ଜଗନ୍ନାଥ ସମ୍ମିଳନୀ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହି ଅବସରରେ ଗଜପତି ମହାରାଜ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରେ ଲଣ୍ଡନରେ ମନ୍ଦିର ପାଇଁ ସୋସାଇଟିର ଯେଉଁ ପ୍ରତିବଦ୍ଧତା ରହିଛି ତାହା ଶୀଘ୍ର ପୂରଣ ହେବ ।

ଏନେଇ ସୂଚନା ଦେଇଛନ୍ତି ଫିନ୍ନେଷ୍ଟ କମ୍ପାନୀର ଏମଡି ଅରୁଣ କର । ଫିନ୍ନେଷ୍ଟ କମ୍ପାନୀ ଦୁଇ ଜଣ ଓଡ଼ିଆ ଉଦ୍ୟୋଗୀଙ୍କ ମିଳିତ ସହଯୋଗରେ ଗଢି ଉଠିଛି । ମନ୍ଦିର ପାଇଁ ସମସ୍ତ ଖର୍ଚ୍ଚ ସହ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି କମ୍ପାନୀର ଚେୟାରମ୍ୟାନ ବିଶ୍ୱଜିତ ପଟ୍ଟନାୟକ କହିଛନ୍ତି । ୧୫ ଏକର ଜମି ପାଇଁ ୭୦ କୋଟି ଟଙ୍କା ଦେଇସାରିଛି ଫିନ୍ନେଷ୍ଟ କମ୍ପାନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ