Masthead

ସତ ମାନିଲା ଜଗନ୍ନାଥ: ମୃତ୍ୟୁର ଚାରିଦିନ ପୂର୍ବରୁ ରଚିଥିଲା କ୍ରାଇମ ପ୍ଲଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସତ କହିଲା ଜଗନ୍ନାଥ । ବହୁଚର୍ଚ୍ଚିତ ଭିମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାରେ ପୋଲିସ ଆଗରେ ସତ ବଖାଣିଛି ଅଭିଯୁକ୍ତ ଜଗନ୍ନାଥ । ପ୍ରେମରେ ପ୍ରତାରଣା ରାଗରେ ଜଳୁଥିବା ଜଗନ୍ନାଥ କେମିତି ଏଭଳି କାଣ୍ଡ ଭିଆଇଲା ତାର ଗୋଟିଗୋଟି ତଥ୍ୟ ରଖିଛି । ଏହି ହତ୍ୟାକାଣ୍ଡ ପରେ ଅସୁସ୍ଥ ଥିବା ଜଗନ୍ନାଥ ଏବେ ସୁସ୍ଥ ହେବା ପରେ ଏୟାରଫିଲ୍ଡ ଥାନା ପୋଲିସ ତାକୁ ଜେରା କରିଛି । ଜେରାବେଳେ ସେ ସବୁ ସତ ମାନିବା ସହ ସେଦିନ ପ୍ରିୟଙ୍କା ଓ ତାଙ୍କ ଛୋଟ ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଯୋଜନା କରି ଆସିଥିବା ଜଗନ୍ନାଥ କହିଛି ।

ଏହା ସହ ଚାରିଦିନ ଆଗରୁ ଜଗନ୍ନାଥ ମର୍ଡର ପ୍ଲଟ ରଚିଥିବା କହିଛି । ସେ ଲେଖିଥିବା ସୁଇସାଇଡ ନୋଟଟି ଚାରିିଦିନ ଆଗରୁ ଲେଖିଥିଲା । ପ୍ରେମରେ ଅନ୍ଧ ଥିବା ଜଗନ୍ନାଥ ଘଟଣାଦିନ ଚକଲେଟ ଓ ମିଠା ନେଇ ପ୍ରିୟଙ୍କା ଘରକୁ ଯାଇଥିଲା । ପ୍ରଥମେ ପୁଅକୁ ମିଠା ଦେବା ପରେ ତିନିଜଣ ମିଶି ସେଲ୍ଫି ମଧ୍ୟ ନେଇଥିଲେ । ଏହି ସମୟରେ ହଠାତ ଦହିବରା ନେଇ ଘରମାଲିକ ଆସିଥିଲା । ମାଲିକକୁ ଦେଖି ଜଗନ୍ନାଥ ବାଥରୁମଜରେ ଲୁଚିଯାଇଥିଲେ । ମାଲିକ ପ୍ରିୟଙ୍କାଙ୍କୁ ପୁଅକୁ ଦହିବରା ଦେବା ସହ ପୁଅକୁ ସାଙ୍ଗରେ ନେଇଯାଥିଲେ । ଫଳରେ ଶିଶୁଟିର ଜୀବନ ବଞ୍ଚିଯାଇଥିବା ସେ କହିଛି ।

ଏହା ପରେ ଜଗନ୍ନାଥ ସାଥିରେ ଆଣିଥିବା ସିନ୍ଦୁରକୁ ପ୍ରିୟଙ୍କା ମଥାରେ ଦେଇଥିଲା ଓ ନିଜ ସହ ଜୀବାକୁ ବାଧ୍ୟ କରିଥିଲେ । କିନ୍ତୁ ପ୍ରିୟଙ୍କା ଏଥିରେ ରାଜି ନହେବାରୁ ପ୍ରିୟଙ୍କାକୁ ହତ୍ୟା କରିଥିଲା ଜଗନ୍ନାଥ ଖାଲି ସେତିକି ନୁହେଁ ମୃତ୍ୟୁ ପରେ ପ୍ରିୟଙ୍କା ମଥାରେ ସିନ୍ଦୁର ମଧ୍ୟ ପିନ୍ଧାଇଥିଲା ଜଗନ୍ନାଥ । ଏହାପରେ ସେ ନିଜେ ବିଶ ପିଈଦେଇଥିବା ପୋଲିସ ଆଗରେ କହିଛି । ପୋଲିସ ଜଗନ୍ନାଥର ବୟାନ ରେକର୍ଡ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି