Masthead

ବ୍ରାଉନ ସୁଗାର ମାମଲାରେ ଗିରଫ ହେଲେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକଙ୍କ ପୁଅ 

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକଙ୍କ ପୁଅ ବ୍ରାଉଦନସୁଗାର ମାମଲାରେ ଗିରଫ । ଜଗତସିଂହପୁର ଜିଲ୍ଲାରେ କିଛି ଦିନ ହେଲାଣି ବୃଦ୍ଧି ପାଇବାରେ ଲାଗିଛି ବ୍ରାଉନ ସୁଗାର କାରବାର । ଏହାର ମୁଖ୍ୟ କାରଣ ହେଉଛି ସରକାରି ଦଳରେ ବିଭିନ୍ନ ପଦପଦବୀରେ ରହି ନିଜର ପତିଆରା ଜାହିର୍ କରି ନିଜର ସମ୍ପର୍କୀୟ ମାନଙ୍କୁ ପରୋକ୍ଷରେ ଏହି କାରବାର କରିବା ପାଇଁ ପ୍ରୋତ୍ସାହନ ଯୋଗାଉଛନ୍ତି। ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ତଥା ନାଉଗାଁ ବ୍ଲକ ଶିଖର ପଞ୍ଚାୟତର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ପ୍ରଭୁ ଚରଣ ଦାସ । ଯିଏକି ସରକାରୀ ଦଳରେ ପଦ ପଦବୀରେ ରହି ନାଉଗାଁ ଥାନାକୁ ନିଜ ପକେଟରେ ରଖି ନିଜର ପୁଅକୁ ବ୍ରାଉନ ସୁଗାର କାରବାର କରିବା ପାଇଁ ସାହାସ ଦେଉଛି।

ପୂର୍ବରୁ ମଧ୍ୟ ରଞ୍ଜିତ ବ୍ରାଉନ ସୁଗାର କାରବାର ଓ ବିଭିନ୍ନ ପ୍ରକାରର ଅପରାଧିକ ମାମଲାରେ ଜଡିତ ଥାଇ ଜେଲ୍ ଯାଇଛନ୍ତି। ଆଜି ଏକ ବିଶେଷ ସୁତ୍ରରୁ ଖବର ପାଇ ଜଗତସିଂହପୁର ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ଦିଲିପ କୁମାର ପୋଲେଇଙ୍କ ଏକ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଦିନତମାମ ନାଉଗାଁ ବଜାରରେ ରଞ୍ଜିତକୁ ଜଗି ରହିଥିଲେ। ପୋଲିସ ରଞ୍ଜିତଙ୍କୁ ଗିରଫ କରିବା ସହ ତା ନିକଟରୁ ୧୪୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାଉଗାଁ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଦୀର୍ଘ ଦିନ ଧରି ଏହି କାରବାର ଚାଲୁଥିବା ବେଳେ କିପରି ନାଉଗାଁ ଥାନା ପୋଲିସ ପାଖରେ ଏହି ଖବର ନଥିଲା । ନା ବାପା ସରକାରୀ ଦଳର ପଦପଦବୀରେ ରହିଥିବା କାରଣରୁ ପୋଲିସ ଘଣ୍ଟ ଘୋଡାଉଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା