Before Header

ବାପା ପୁଅର ଶବ ବୋହି ଥିବାବେଳେ ମାଆ-ଭଉଣୀ କ’ଣ କରୁଥିଲେ

0 6,407

ହରଭଙ୍ଗା (ବଡ଼ ଖବର ବ୍ୟୁରୋ଼): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଂଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମହାପ୍ରୟାଣ ଗାଡି ନ ମିଳିବାରୁ ୭ବର୍ଷର ପୁଅର ଶବକୁ ୭୦ବର୍ଷୀୟ ବୃଦ୍ଧ ବାପା କାନ୍ଧରେ ବୋହିବା ଚର୍ଚ୍ଚାର ବିଷୟ ହୋଇଛି ।

ତିଲେଶ୍ୱର ପଂଚାୟତ ମୂଷାଢ ଗ୍ରାମର ଶେଷଦେବ ପ୍ରଧାନଙ୍କ ସାନପୁଅ ରାଜେନ୍ଦ୍ର(୭)ଙ୍କ ପେଟଯନ୍ତ୍ରଣା ହୋଇଥିଲା । ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ପରିବାର ଲୋକେ ଫୋନ କରିଥିଲେ । ମାତ୍ର ଆମ୍ବୁଲାନ୍ସ ପଂହଚିବାରେ ବିଳମ୍ବ ହୋଇଥିଲା । ପରିବାର ଲୋକେ ଏକ ଅଟୋ ଭଡା କରିଥିଲେ । ମଙ୍ଗଳବାର ସକାଳେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ପୁଅକୁ ଭର୍ତ୍ତୀ କରିଥିଲେ । ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ପଇସାପତ୍ର ଅଭାବରୁ ଗାଡି କରି ପୁଅର ମୃତଦେହ ନେବାକୁ ପରିବାର ଲୋକେ ଅସମର୍ଥ ଥିଲେ । ଶେଷରେ ବୃଦ୍ଧ ବାପା ପୁଅର ଶବ କାନେ୍ଧଇ ଥିବାବେଳେ ମାଆ ଏବଂ ଭଉଣୀ ତାଙ୍କ ସହିତ ଚାଲି ଚାଲି ଘରକୁ ଫେରିଥିଲେ । ଏହିଭଳି ଏକ ହୃଦୟବିଦାରକ ଦୃଶ୍ୟ ପୁରୁଣାକଟକ ବଜାରର ପ୍ରଦୀପ ଛତ୍ରୀଆ ନାମକ ଜନୈକ ସମାଜସେବୀଙ୍କ ନଜରରେ ପଡିଥିଲା । ପ୍ରଦୀପ ନିଜ କାରରେ ମୃତଦେହ ସହ ପରିବାର ଲୋକଙ୍କୁ ନେଇ ମୂଷାଢ ଗାଁରେ ପଂହଚାଇଥିଲେ । ପ୍ରଦୀପଙ୍କ ଏଭଳି ମହତ୍ କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରାଯାଇଛି । ମାତ୍ର ଶେଷଦେବ ଭଳି ଜଣେ ଗରିବ ବୃଦ୍ଧ ବାପା ୭ବର୍ଷ ପୁଅର ମୃତଦେହ କାନେ୍ଧଇ ଚାଲି ଚାଲି ବଜାର ଦେଇ ଘରକୁ ଫେରିବା ଘଟଣା ସରକାରୀ ବ୍ୟବସ୍ଥାର ତ୍ରୁୃଟି ଏବଂ ସରକାରଙ୍କ ମାଳ ମାଳ ଜନକଲ୍ୟାଣ ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।

ଏଭଳି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଶେଷଦେବ ପରିବାରଙ୍କୁ ନ୍ୟାୟଦେବାପାଇଁ ସାଧାରଣରେ ଦାବି ହେଉଛି । ଅନ୍ୟପଟେ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ଦାବି ହୋଇଛି । ଏ ସଂର୍ପକରେ ବୌଦ୍ଧ ସିଡିଏମଓ ତ୍ରିଲୋଚନ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଭଳି ଘଟଣା ସଂର୍ପକରେ ମୋ ପାଖରେ କିଛି ଖବର ନାହିଁ ବୋଲି ସିଡିଏମ୍ଓ କହିଥିଲେ । ଅନ୍ୟପଟେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଆଦିତ୍ୟ ପ୍ରସାଦଙ୍କୁ ପଚାରିବାରୁ ସେ କହିଲେ ପିଲାଟି ମେଡିକାଲ ପଂହଚିବାର ଘଂଟାଏ ଆଗରୁ ମୃତ୍ୟୁ ଘଟିଥିଲା । ଆମେ ତାକୁ ମୃତ ଘୋଷଣା କଲାପରେ ପରିବାରଲୋକଙ୍କୁ ଶବ ବ୍ୟବଛେଦ କରାଯିବା କଥା କହିଲୁ । ମାତ୍ର କିଛି ସମୟ ପରେ ପିଲାର ମୃତଦେହ ଧରି ସେମାନେ ମାର୍କେଟରେ ବୁଲୁଥିବା ଖବର ପାଇଲୁ । ଷ୍ଟାଫଙ୍କୁ ପଠାଇ ଡକାଇଥିଲୁ । ମାତ୍ର ସେମାନେ ଶୁଣିଲେନି । ଆମେ ଏ ସଂର୍ପକରେ ପୁଲିସକୁ ଜଣାଇଥିବା ଡାକ୍ତର କହିଛନ୍ତି ।

Leave A Reply

Your email address will not be published.