Masthead

ଦୁର୍ବୃତ୍ତ ଆକ୍ରମଣରେ ନାବାଳକ ଗୁରୁତର

ପାପଡାହାଣ୍ଡି(ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ସିରସି ଗ୍ରାମର ଏକ ପୋଖରୀ ନିକଟରେ ଡକାୟତି ଉଦ୍ୟମ କରିବା ସମୟରେ ତିନି ଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ନାବାଳକଙ୍କୁ ନବରଙ୍ଗପୁର ମେଡିକାଲରୁ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ସ୍ଥାନୀୟ ଗ୍ରାମବାସୀ ୩ଜଣ ଦୁର୍ବୃତ୍ତଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁଯାୟୀ ସିରସି ଗ୍ରାମର କନ୍ଦର୍ପ ଅମନାତ୍ୟଙ୍କ ପୁଅ କିରଣ ଅମନାତ୍ୟ ବାଇକ୍ ଯୋଗେ ଶୌଚ ପାଇଁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ।

ପୋଖରୀ ହୁଡ଼ାରେ ବାଇକ୍ ରଖି ପୋଖରୀରେ ଗାଧୋଇବା ପରେ ତିନି ଜଣ ଦୁର୍ବୃତ୍ତ ସେଠାରେ କିରଣଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ କିରଣ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ପରେ ଦୁର୍ବୃତ୍ତମାନେ କିରଣଙ୍କ ମୋବାଇଲ ନେଇଯିବା ସହ ବାଇକ୍ ନେବାକୁ ଉଦ୍ୟମ କରୁଥିଲେ। ସିରସି ଗ୍ରାମର କିଛି ଯୁବକ ଏହା ଦେଖିବା ପରେ ପାଟି କରିବାରୁ ୩ଜଣ ଦୁର୍ବୃତ୍ତ ଭୟରେ ଗାଁ ନିକଟସ୍ଥ ପାଳପୁର ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀ ପୋଖରୀ ନିକଟରେ ପହଞ୍ଚି କିରଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ କିରଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ଏହି ଘଟଣା ପରେ ସିରସି ଗ୍ରାମବାସୀ ପାଳପୁର ଜଙ୍ଗଲକୁ ଘେରିଯିବା ସହ ପାପଡ଼ାହାଣ୍ଡି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳ ପହଞ୍ଚି ଜଙ୍ଗଲରେ ଖୋଜାଖୋଜି କରିଥିଲା। କିଛି ସମୟ ପରେ ତିନି ଦୁର୍ବୃତ୍ତଙ୍କୁ ଗ୍ରାମବାସୀ ଜଙ୍ଗଲରୁ କାବୁ କରି ସିରସି ଗାଁରେ ଅଟକ ରଖିଥିଲେ। ପରେ ପୁଲିସ ୩ ଜଣ ଦୁର୍ବୃତ୍ତଙ୍କୁ ଗ୍ରାମବାସୀଙ୍କ ନିକଟରୁ ଉଦ୍ଧାର କରି ପାପଡାହାଣ୍ଡି ଥାନାରେ ଅଟକ ରଖିଛି।

ଅଟକ ରହିଥିବା ବ୍ୟକ୍ତିମାନେ ନବରଙ୍ଗପୁର ଜିଲ୍ଲା ବିକ୍ରମପୁର ଗ୍ରାମର ରାମ ହରିଜନ, ନବରଙ୍ଗପୁର ସହରର ବାଦଲ ହରିଜନ ଓ ମାଲକାନଗିରି ଅଞ୍ଚଳର ଗୋବରିୟଲ ମାଝୀ ବୋଲି ପୁଲିସ ସୂଚନା ଦେଇଛନ୍ତି। ଏ ନେଇ ପାପଡ଼ାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଦୀପକ କୁମାର ଜେନା ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ