Masthead

ଜମ୍ମୁ-କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ଭୋଟ୍; ଆଜି ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଜାମ୍ମୁ-କାଶ୍ମୀର(ବଡ଼ ଖବର ବ୍ୟୁରୋ): ଆଜି ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୨୪ ଆସନରେ ପଡ଼ିବ ଭୋଟ । ତେବେ ପ୍ରଥମ ପର୍ଯ୍ୟାୟ ମତଦାନରେ ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୩ ଲକ୍ଷ ଭୋଟର । ସାତ ୭ ଜିଲ୍ଲାରେ ସୁରକ୍ଷା କଡାକଡି କରାଯାଇଛି । ମୋଟ ୩ ପର୍ଯ୍ୟାୟରେ ହେବ ଜାମ୍ମୁ ଓ କାଶ୍ମୀର ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୨୪ ଆସନ ମଧ୍ୟରୁ ୮ଟି ଜମ୍ମୁ ଡିଭିଜନରେ ଥିବା ବେଳେ ବାକି ୧୬ଟି କାଶ୍ମୀର ଘାଟିରେ ରହିଛି । ସର୍ବାଧିକ ୭ଟି ଆସନ ଅନନ୍ତନାଗ ଏବଂ ସର୍ବନିମ୍ନ ୨-୨ଟି ଆସନ ସୋପିଆନ୍ ଓ ରାମବନ ଜିଲ୍ଲାରେ ରହିଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ଲଢ଼ୁଥିବା ୨୧୯ ପ୍ରାର୍ଥୀଙ୍କ ମଧ୍ୟରେ ୯ ଜଣ ମହିଳା ଏବଂ ୯୨ ନିର୍ଦ୍ଦଳୀୟ ପ୍ରାର୍ଥୀ ଅଛନ୍ତି । ୧୧୦ ପ୍ରାର୍ଥୀ କୋଟିପତି ଥିବା ବେଳେ ୩୬ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି ।

ଏହି ପର୍ଯ୍ୟାୟରେ ମୁଫ୍ତି ପରିବାରର ଗଡ଼ ବୋଲାଉଥିବା ବିଜ୍ବେହରା ଆସନ ଅନ୍ତର୍ଭୁକ୍ତ । ଏଠାରେ ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କ ଝିଅ ଇଲ୍ତିଜା ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି । ମେହବୁବା ଏବଂ ତାଙ୍କ ପିତା ମୁଫ୍ତି ମହମ୍ମଦ ସୟଦ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ରହିଥିଲେ । ଜମ୍ମୁ-କାଶ୍ମୀରର ମୋଟ ୯୦ ବିଧାନସଭା ଆସନରେ ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ରେ ୩ଟି ପର୍ୟ୍ୟାୟରେ ମତଦାନ ହେବ । ଭୋଟ ଫଳ ଅକ୍ଟୋବର ୮ରେ ଘୋଷଣା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ