Masthead

ମରୁଡ଼ି ଘୋଷଣା ଦାବିରେ ଜିଲ୍ଲାପାଳ ଅଫିସ ଘେରିଲା ବିଜେପି

ନୂଆପଡା (ବଡ଼ ଖବର ବ୍ୟୁରୋ): ନୂଆପଡା ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଜିଲ୍ଲାପାଳ ଅଫିସ ଘେରିଲା ବିଜେପି । ଚଳିତ ବର୍ଷ ଖରିଫ ଋତୁରେ  ନୂଆପଡ଼ା ଜିଲାରେ ସ୍ବଭାବିକ ଠାରୁ ବହୁତ କମ ବର୍ଷା ହୋଇଛି । ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ଗଜା ମରୁଡି ପରିସ୍ଥିତି ଦେଖା ଦେଇଛି । ବର୍ଷା ଅଭାବରୁ ଜମି ଫାଟି ଆଁ କରିଥିବାବେଳେ ଅନେକ ଅଂଚଳରେ ରୁଆ ଓ ବେଉଷଣ ପୂର୍ବରୁ ଚାଷ ନଷ୍ଟ ହୋଇ ସାରିଛି ।

ହେଲେ ଆସନ୍ନ ଗଜା ମରୁଡି ତାଲିକାରେ ନୂଆପଡା ଜିଲାର ନାଁ ରହିନି । ଏବେ ମରୁଡି ଘୋଷଣା ହେଲେ ଜିଲାର ଚାଷୀ ମରୁଡି ସହାୟତାରୁ ବଂଚିତ ହେବା ଆଶଙ୍କା କରିଛନ୍ତି । ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି କିଷାନ ମୋର୍ଚ୍ଚା ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଶତାଧିକ ଚାଷୀ ଯୋଗ ଦେଇଥିଲେ ।

ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତିକୁ ବିରୋଧ କରି କଡା ସମାଲୋଚନା କରିଥିଲେ । ବିଜେପି କିଷାନ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଓ ଲୋଇସିଂଙ୍ଗା ବିଧାୟକ ମୁକେଶ ମହାଳିଙ୍କ ଉପସ୍ଥିତିରେ ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ