Masthead

ଚାନ୍ଦବାଲି ବ୍ଲକରେ ଜନଶୁଣାଣି ବୈଠକ ଅନୁଷ୍ଠିତ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଅଭିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାନ୍ଦବାଲି ବ୍ଲକର ବିଭିନ୍ନ ବିଭାଗର ମୋଟ ୧୦୨ଟି ଅଭିଯୋଗ ପଞ୍ଜୀକୃତ ହୋଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଉପଜିଲ୍ଲାପାଳ ମନୋଜ ପାତ୍ର ଏହି ବୈଠକରେ ଅନୁପସ୍ଥିତ ଥିଲେ ।ଏହି ବୈଠକରେ ଭଦ୍ରକ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲ, ପିଡି ସୋରଜ ଦତ୍ତ, ସିଡିଏମଓ ସନ୍ତୋଷ କୁମାର ପାତ୍ର ଅଭିଯୋଗ ଗ୍ରହଣ କରିଥିଲେ ।ସମସ୍ତ ଅଭିଯୋଗ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ଼ ସମସ୍ୟା ଓ ଶିକ୍ଷକ ଅଭାବ, ମେଡିକାଲରେ କର୍ମଚାରୀ ଅଭାବ, ନିମ୍ମମାନର ଶିଶୁ ଖାଦ୍ୟ ବଣ୍ଟନ, ବିଭିନ୍ନ ପଞ୍ଚାୟତରେ ଆବାସ, ପିଡ଼ିଏସ ଦୁର୍ନୀତି, ଵେଆଇନ୍ ଚିଙ୍ଗୁଡ଼ି ଘେରି, ଶ୍ମଶାନ ଘାଟ ତିଆରି ଦୃର୍ନୀତି ପ୍ରସଙ୍ଗ ଅଭିଯୋଗ ଆଦି ସମ୍ପର୍କରେ ଥିଲା । ଏହି କାର୍ୟ୍ୟକ୍ରମରେ ବିଡିଓ , ତହସିଲଦାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଚାନ୍ଦବାଲି ଏନ୍.ଏ.ସି ଅଧିକାରୀ ଓ ସମସ୍ତ ବିଭାଗର ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ