Masthead

ଗଡିଲା ଅକ୍ସିଜେନ ଏକ୍ସପ୍ରେସ

ବିଶାଖାପଟଣା (ବଡ଼ ଖବର ବ୍ୟୁରୋ): ଅକ୍ସିଜେନ ଅଭାବ ଭିତରେ ବଡ ଆଶ୍ୱସ୍ତି । ବିଶାଖାପଟଣାରୁ ମହାରାଷ୍ଟ୍ର ଅଭିମୁଖେ ଗଡିଲା ଅକ୍ସିଜେନ ଏକ୍ସପ୍ରେସ । ଆଜିଠୁ ଗଡିଲା ଏହି ଏକ୍ସପ୍ରେସ । ଅକ୍ସିଜେନ ଅଭାବ ଭିତରେ ବିଶାଖପାଟଣାରୁ ମହାରାଷ୍ଟ୍ର ଅଭିମୁଖେ ଗଡିଛି ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ । ଏହି ଅକ୍ସିଜେନ ଏକ୍ସପ୍ରେସରେ ୭ଟି ଟ୍ୟାଙ୍କରରେ ଅକ୍ସିଜେନ ପଠାଯାଇଛି । ପ୍ରତି ଟ୍ୟାଙ୍କରରେ ରହିଛି ୧୫ ଟନ ଲେଖାଏଁ ତରଳ ମେଡିକାଲ ଅକ୍ସିଜେନ । ଗତକାଲି ସନ୍ଧ୍ୟାରେ ବିଶାଖପାଟନମର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି । ଏହା ପଶ୍ଟିମ ଭାରତର ବିଭିନ୍ନ ଅଞ୍ଚଳର ଡାକ୍ତରଖାନା ଓ କରୋନା ରୋଗୀଙ୍କ ପାଇଁ ସହାୟକ ହେବ । ମହାରାଷ୍ଟ୍ର କାମ୍ବୋଲି ଗୁଡସ-ସେଡରୁ ୭ଟି ଖାଲି ଟ୍ୟାଙ୍କର ଗୁରୁବାର ସକାଳେ ବିଶାଖପାଟନମ ପହଞ୍ଚିଥିଲା ।

ଏହାପରେ ସେହି ଖାଲି ଟ୍ୟାଙ୍କରରେ ଅକ୍ସିଜେନ ଭର୍ତ୍ତି କରାଯିବା ପରେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି । ପୂର୍ବତଟ ରେଳପଥ ୱାଲଟିୟର ରେଳମଣ୍ଡଳ ଏବଂ ରାଷ୍ଟ୍ରୀୟ ଇସ୍ପାତ ନଗର ନିଗମ ଲିମିଟେଡ ଅଧିକାରୀଙ୍କ ମିଳିତ ପ୍ରୟାସରେ ଏହି ପ୍ରକଳ୍ପ ସଫଳ ହୋଇଛି । କୋଭିଡ ମହାମାରୀ ସମୟର ବର୍ତ୍ତମାନର ପରିସ୍ଥିତିରେ ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । କୋଭିଡ ବିରୋଧୀ ଲଢେଇରେ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ଅମ୍ଲଜାନ ଏକ୍ସପ୍ରେସ ଚଳାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛି । ଗତବର୍ଷ ମଧ୍ୟ ପ୍ରବାସୀ ଘରକୁ ଫେରିବା ପାଇଁ ରେଳ ବିଭାଗ ପକ୍ଷରୁ ସ୍ପେଶାଲ ଟ୍ରେନ ଚଳାଚଳ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି