Masthead

ଜନଶତାବ୍ଦୀରେ ନିଆଁ

ସୋର (ବଡ଼ ଖବର ବ୍ୟୁରୋ): ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ । ଭୟଭୀତ ଯାତ୍ରୀ । ସୂଚନା ଅନୁସାରେ ଭୁବନେଶ୍ୱରରୁ ହାୱଡ଼ା ଅଭିମୁଖେ ଯାଉଥିବା ଜନ ଶତାବ୍ଦୀ ଏକ୍ସପ୍ରେସର ଏକ ବଗିରେ ଥିବା ପାଇଖାନାରେ କେହି ଅଜଣା ଯାତ୍ରୀ ସିଗାରେଟ ଟାଣି ପାଇଖାନାରେ ଥିବା ଡଷ୍ଟବିନକୁ ଫିଙ୍ଗିଦେଇଥିଲେ । ଟ୍ରେନ ଦ୍ରୁତ ଗତିରେ ଚାଲୁଥିବାରୁ ପବନରେ ତାହା ଜଳି ଧୂଆଁ ବାହାରି ସମ୍ପୂର୍ଣ୍ଣ ବଗିରେ ଖେଳି ଯାଇଥିଲା । ଯାତ୍ରୀମାନେ ଭୟଭୀତ ହୋଇ ଜିଆରପିଙ୍କୁ ଖବର ଦେଇଥିଲେ ।

ଖବର ପାଇ ମାର୍କୋଣା ରେଳ କର୍ମଚାରୀମାନେ ସୋର ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲୋ ମାର୍କୋଣାରୁ ଜନ ଶତାବ୍ଦୀ ଟ୍ରେନର ବେଗ କମାଇ ସୋର ଷ୍ଟେସନ ପର୍ୟ୍ୟନ୍ତ ଅଣାଯାଇଥଲା । ଫଳରେ ଭୟଭୀତ ଅବସ୍ଥାରେ ଥିବା ଯାତ୍ରୀମାନେ ସୋର ଷ୍ଟେସନରେ ଓହ୍ଲାଇ ପଡ଼ିଥିଲେ । ଷ୍ଟେସନରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପରେ କୋଡିଏ ମିନିଟ ବିଳମ୍ବରେ ସୋର ଷ୍ଟେସନରୁ ଟ୍ରେନ ଛାଡିଥିଲା । ଯାତ୍ରୀମାନେ ସୁରକ୍ଷିତ ଭାବରେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ