Masthead

ରୋଡ ଶୋ’ ପାଇଁ ଜନପଥ ସିଲ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ହେବ ମେଗା ରୋଡ ଶୋ’ । ରାଜଧାନୀବାସୀ ଦେଖିବେ ମୋଦିଙ୍କ ଜଲୱା । ଜନପଥ ହେବ ଜନସମାବେଶ । ସେଥିପାଇଁ ଜନପଥକୁ କରାଯାଇଛି ସିଲ୍ । ଏଥିପାଇଁ ଜନପଥରେ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା କରାଯାଇଛି । ଅପରାହ୍ଣ ୨ଟାରୁ ରୋଡ୍ ସୋ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ଅପରାହ୍ନ ୪ଟାରୁ ରୋଡ୍ ସୋ’ ଶେଷ ହେବା ଯାଏଁ ଜନପଥର ଆରପାର୍ଶ୍ୱରେ ଅର୍ଥାତ୍ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାକୁ ବନ୍ଦ କରାଯିବ ।

ଏହା ସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ସିଲ୍ କରାଯିବ। ମୋଦିଙ୍କ ରୋଡ୍ ସୋ’ ପାଇଁ ମୋଟ ୫୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ । ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ଏହାସହ ୩ଟି ଆଣ୍ଟି ଟେରର୍ ଗ୍ରୁପ୍ ମଧ୍ୟ ରୋଡ୍ ସୋ’କୁ ଜଗିବ । ୧୧୭ ଗଳି ରାସ୍ତାରେ ଜଗିବେ ପୁଲିସ । ବିମାନବନ୍ଦରଠାରୁ ବିଜେପି ଦଳୀୟ ଦପ୍ତର, ଜନପଥରେ ବାଣୀବିହାର ଯାଏଁ ରୋଡ୍ ସୋ’, ଜୟଦେବବିହାର, ରାଜଭବନ ଯାଏଁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଯିବ ।

ଏହି ରୁଟରେ ମୋଟ ୧୧୭ଟି ଗଳି ରାସ୍ତା ଚିହ୍ନଟ କରିଛି କମିଶନରେଟ୍ ପୁଲିସ । ପ୍ରତି ଗଳିକୁ ପୁଲିସ ଜଗିବେ । ଟ୍ରାଫିକ୍ ପୋଷ୍ଟ ଓ କିଛି ବଡ଼ ଗଳିଠାରେ ଗୋଟିଏ ଲେଖାଏଁ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯିବ । କାରକେଡ୍ ଯିବା ବେଳେ ଗଳି ରାସ୍ତାରୁ ମୁଖ୍ୟ ରାସ୍ତା ଉପରକୁ କାହାରିକୁ ଛଡ଼ାଯିବନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ