Masthead

ଯବାନଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ମୁମ୍ବାଇ (ବଡ଼ ଖବର): ମହାରାଷ୍ଟ୍ରର ପାଲଘରରେ ଘଟିଛି ଏଭଳି ଛାତିଥରା ଘଟଣା। ଜଣେ ନୌସେନା ଅଧିକାରୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ଜିଅନ୍ତା ଜାଳି ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇ ସ୍ଥିତ ନୌସେନା ହସ୍ପିଟାଲରେ ମୃତ୍ୟୁ ଘଟିଛି । ମୃତ ନୌସେନା ଅଧିକାରୀ ହେଲେ ସୁରଜ କୁମାର । ତାଙ୍କ ଘର ଝାଡଖଣ୍ଡ ରାଞ୍ଚିରେ। ସେ ତାମୁଲନାଡୁ ଆଇଏନଏ କଏମ୍ବଟୁରରେ କାର୍ଯ୍ୟ
ରତ ଥିଲେ। ଜାନୁଆରୀ ୩୦ ତାରିଖରେ ଛୁଟି ସାରି ସେ କାର୍ଯ୍ୟରେ ଯୋଗ ଦେବା ପାଇଁ କଏମ୍ବଟୁର ଯାଉଥିଲେ।

ଦୁର୍ବୃତ୍ତମାନେ ତାଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ଅପହରଣ କରି ତାଙ୍କୁ ପାଲଘରର ବେବାଜୀ ଜଙ୍ଗଲକୁ ନେଇଯାଇଥିଲେ। ତାଙ୍କୁ ଛାଡ଼ିବା ବଦଳରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ। ପୁଲିସ ଅନୁସାରେ, ପରିବାର ଲୋକେ ଦାବି ପୂରଣ ନକରିବାରୁ ଦୁର୍ବୃତ୍ତମାନେ ସୁରଜଙ୍କ ଦେହରେ ନିଆଁ ଲଗାଇ ଜଙ୍ଗଲରେ ଛାଡ଼ି ପଳାଇଥିଲେ। ଜଙ୍ଗଲରୁ ଜଳନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହିଁ ଗତ ଶନିବାର ସୁରଜଙ୍କ ଦେହାନ୍ତ ହୋଇଛି। ପୁଲିସ ୩ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଅ ମୃତ୍ୟୁକୁ ନେଇ ସୁରଜଙ୍କ ବାପା ନ୍ୟାୟ ପାଇଁ ଗୁହାରି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ