Masthead

ଯବାନଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ମୁମ୍ବାଇ (ବଡ଼ ଖବର): ମହାରାଷ୍ଟ୍ରର ପାଲଘରରେ ଘଟିଛି ଏଭଳି ଛାତିଥରା ଘଟଣା। ଜଣେ ନୌସେନା ଅଧିକାରୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ଜିଅନ୍ତା ଜାଳି ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇ ସ୍ଥିତ ନୌସେନା ହସ୍ପିଟାଲରେ ମୃତ୍ୟୁ ଘଟିଛି । ମୃତ ନୌସେନା ଅଧିକାରୀ ହେଲେ ସୁରଜ କୁମାର । ତାଙ୍କ ଘର ଝାଡଖଣ୍ଡ ରାଞ୍ଚିରେ। ସେ ତାମୁଲନାଡୁ ଆଇଏନଏ କଏମ୍ବଟୁରରେ କାର୍ଯ୍ୟ
ରତ ଥିଲେ। ଜାନୁଆରୀ ୩୦ ତାରିଖରେ ଛୁଟି ସାରି ସେ କାର୍ଯ୍ୟରେ ଯୋଗ ଦେବା ପାଇଁ କଏମ୍ବଟୁର ଯାଉଥିଲେ।

ଦୁର୍ବୃତ୍ତମାନେ ତାଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ଅପହରଣ କରି ତାଙ୍କୁ ପାଲଘରର ବେବାଜୀ ଜଙ୍ଗଲକୁ ନେଇଯାଇଥିଲେ। ତାଙ୍କୁ ଛାଡ଼ିବା ବଦଳରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ। ପୁଲିସ ଅନୁସାରେ, ପରିବାର ଲୋକେ ଦାବି ପୂରଣ ନକରିବାରୁ ଦୁର୍ବୃତ୍ତମାନେ ସୁରଜଙ୍କ ଦେହରେ ନିଆଁ ଲଗାଇ ଜଙ୍ଗଲରେ ଛାଡ଼ି ପଳାଇଥିଲେ। ଜଙ୍ଗଲରୁ ଜଳନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହିଁ ଗତ ଶନିବାର ସୁରଜଙ୍କ ଦେହାନ୍ତ ହୋଇଛି। ପୁଲିସ ୩ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଅ ମୃତ୍ୟୁକୁ ନେଇ ସୁରଜଙ୍କ ବାପା ନ୍ୟାୟ ପାଇଁ ଗୁହାରି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି