ଏୟାର ଷ୍ଟ୍ରାଇକକୁ ମାନିଲା ପାକିସ୍ତାନ

ଇସଲାମବାଦ: ଶେଷରେ ଆତଙ୍କବାଦୀ ଦେଶ ପାକିସ୍ତାନ ମାନିଲା ସତ । ନିଜର ବିଫଳତାକୁ ନିଜ ମୁହଁରେ ସ୍ୱୀକାର କରିଛି ପାକିସ୍ତାନ । ଶେଷରେ ପାକିସ୍ତାନ ମାନିଲା ବାଲାକୋଟ ଏୟାର ଷ୍ଟ୍ରାଇକ୍ରେ ମରିଥିଲେ ୩୦୦ ଆତଙ୍କୀ । ପାକିସ୍ତାନର ପୂର୍ବ କୂଟନୀତିଜ୍ଞ ଆଗା ହିଲାଲୀ ଏକ ଲାଇଭ ଡ଼ିବେଟ ସମୟରେ ଏହା ସ୍ୱୀକାର କରିଛନ୍ତି । ସେ ଲାଇଭ ଡ଼ିବେଟ ସମୟରେ ପାକିସ୍ତାନ ସେନାର ପକ୍ଷ ରଖୁଥିଲେ । ତାଙ୍କର ଏହି ସ୍ୱୀକାରୋକ୍ତି ପାକିସ୍ତାନ ପାଇଁ ଏକ ବଡ଼ ବିଫଳତା ବୋଲି ଚର୍ଚ୍ଚା ହେଉଛି ।

ପାକିସ୍ତାନର ଏକ ଉର୍ଦ୍ଦୁ ଚ୍ୟାନେଲରେ ଆଲୋଚନା ସମୟରେ ସେ କହିଥିଲେ, ଭାରତ ଆନ୍ତର୍ଜାତୀୟ ସୀମା ଅତିକ୍ରମ କରି ଯୁଦ୍ଧ ହେବା ଭଳି କାମ କରିଥିଲା । ବାଲାକୋଟରେ ଏୟାର ଷ୍ଟ୍ରାଇକରେ ଅତିକମରେ ୩୦୦ ଲୋକ ମରିଛନ୍ତି । ଏହାସହିତ ସେ କହିଛନ୍ତି, ଆମର ଲକ୍ଷ କିନ୍ତୁ ଭିନ୍ନ ଥିଲା । ଆମେ ସେମାନଙ୍କ ବଡ଼ ଅଧିକାରୀଙ୍କୁ ଟାର୍ଗେଟ କରିିଥିଲୁ । ଫେବୃଆରୀ ୧୪, ୨୦୧୯ରେ ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରକୁ ଆତଙ୍କୀ ହମଲା ହୋଇଥିଲା । ଏଥିରେ ୪୦ଜଣ ଭାରତୀୟ ଜବାନ ସହିଦ ହୋଇଥିଲେ । ଏହାର ଜବାବ ଦେବାକୁ ଯାଇ ଫେବୃଆରୀ ୨୬ରେ ପାକିସ୍ତାନର କବଜାରେ ଥିବା କାଶ୍ମୀରର ବାଲାକୋଟରେ ଏୟାର ଷ୍ଟ୍ରାଇକ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’