Masthead

ଝାଡ଼ଖଣ୍ଡ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଝାଡ଼ଖଣ୍ଡ ସରକାର ସରକାରୀ ଚାକିରି କରିବାକୁ ଆଶାୟୀ ଥିବା ଯୁବପୀଢ଼଼ିଙ୍କ ପାଇଁ ଆଣିଛନ୍ତି ନୂଆ ଆଇନ୍ । ଝାଡ଼ଖଣ୍ଡ ସରକାର କହିଛନ୍ତି ଯେଉଁମାନେ ସରକାରୀ ଚାକିରି ପାଇଁ ଆଶୟୀ ଅଛନ୍ତି ସେମାନେ ଚାକିରି ଆବେଦନ କରିବା ସମୟରେ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ । ଯେଉଁଥିରେ ଲେଖାଥିବ ସେମାନେ ଆଗରୁ କେବେ ତମ୍ବାଖୁ ଖାଉନଥିଲେ କି ଚାକିରି କରିବା ପରେ ମଧ୍ୟ କେବେବି ସମ୍ବାଖୁ ସେବନ କରିବେ ନାହିଁ । ଗତ ମଙ୍ଗଳବାର ଦିନ ରାଞ୍ଚିରେ ଅନୁଷ୍ଠିତ ହୋଇଥିବା ତମ୍ବାଖୁ କଣ୍ଟ୍ରୋଲ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

ତମ୍ବାଖୁ ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ଦୋମାନୀମାନେ କୌଣସି ଖାଦ୍ୟ ସମଗ୍ରୀ ବିକ୍ରି କରି ପାରିବେ ନାହିଁ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତିକୁ ମନ୍ତ୍ରୀ ଆଲମଗୀରି ଆଲାମ ସ୍ୱାଗତ କରିଛନ୍ତି । ଏବଂ କହିଛନ୍ତି କି ଏହା ଦ୍ୱାରା ଆଗାମୀ ପିଢ଼ୀକୁ ତମ୍ବାଖୁ ଭଳି ମାରାତ୍ମକ ଅଭ୍ୟାସରୁ ମୁକ୍ତ କରାଯାଇ ପାରିବ । ନ୍ୟାସନାଲ ତମ୍ବାଖୁ କଣ୍ଟ୍ରୋଲ ପ୍ରୋଗ୍ରାମର ଝାରଖଣ୍ଡ ରାଜ୍ୟ ନୋଡ଼ାଲ ଅଧିକାରୀ ଏଲ୍ଆର୍ ପାଠକ କହିଛନ୍ତି କି କମିଟି ଏହି ପିଷ୍ପତ୍ତି ନେଇଛି କି ଏହି ଆଇନ୍କୁ ୨୦୨୧ ମସିହା ଏପ୍ରିଲ ମାସରୁ ରାଜ୍ୟରେ ଲାଗୁ କରିବ । ଯଦ୍ୱାରା ଝାଡ଼ଖଣ୍ଡ ସରକାରଙ୍କ ଅଧୀନରେ ଚାକିରି କରିବାକୁ ଥିବା ଆଶାୟୀ ମାନେ ସତ୍ୟପାଠରେ ଉଲ୍ଳେଖ କରିବେ କି ସେମାନେ ପୂର୍ବରୁ କେବେ ତମ୍ବାଖୁ ସେବନ କରୁନଥିଲେ କି ଚାକିରି କରିବା ପରେ ମଧ୍ୟ ତମ୍ବାଖୁ ସେବନ କରିବେ ନାହିଁ । ଅନ୍ୟପଟେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଝାଡ଼ଖଣ୍ଡ ବିଜେପି ନେତା ଶିବ ପୁଜନ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାରଙ୍କୁ ମଦ ବନ୍ଦ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି । ରାଜ୍ୟକୁ ସମ୍ପୂଣ୍ଣ ନିଶା ମୁକ୍ତ କରିବାକୁ ସରକାର ଆଗଭର ହୁଅନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା