Masthead

ରାଷ୍ଟ୍ରପତି ରେସରୁ ଓହରିଲେ ବାଇଡେନ: କମଲା ହାରିସ୍‌ ହେବେ ଡେମୋକ୍ରାଟିକ୍‌ ପ୍ରାର୍ଥୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରୁ ବାହାର ହେଲେ ଜୋ ବାଇଡେନ୍ । ଆସନ୍ତା ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିରୁ ସେ ଲଢ଼ିବେ ନାହିଁ ବୋଲି ଏକ୍ସ’ରେ ସ୍ପଷ୍ଟ କରିଛନ୍ତି। ଜାତୀୟ ଓ ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଥିବା ଏକ୍ସରେ ଉଲ୍ଲେଖ କରିଛନ୍ତି। ଏଥିସହ ବାଇଡେନ୍‌ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଶାସକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ ଜଣାଇଛନ୍ତି। ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ପୂର୍ବତନ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟ ବାଇଡେନ୍‌ କ୍ଷମତାକୁ ଆସିଥିଲେ। ୨୦୨୪ ନିର୍ବାଚନରେ ବାଇଡେନ୍‌ ଶାସକ ଦଳରୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବା ଏକପ୍ରକାର ନିଶ୍ଚିତ ଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟଗତ ଅସୁବିଧା ଯୋଗୁ ବାଇଡେନ୍‌ ବାରମ୍ବାର ଭୁଲ୍‌ କଥା କହୁଥିବା ଅନେକ ସଭାସମିତିରେ ଦେଖିବାକୁ ମିଳିଥିଲା। ବାଇଡେନ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପୋଷ୍ଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଭାବେ ସେବା ପ୍ରଦାନ କରି ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି।

ଗତ ସାଢ଼େ ୩ ବର୍ଷ ମଧ୍ୟରେ ଦେଶରେ ଅନେକ ବିକାଶ ସାଧିତ ହୋଇଛି। ଆଜି ଆମେରିକାର ଅର୍ଥନୀତି ବିଶ୍ୱର ସବୁଠୁ ଶକ୍ତିଶାଳୀ। ଦେଶର ପୁନଃନିର୍ମାଣ କ୍ଷେତ୍ରରେ ଆମେ ଐତିହାସିକ ନିବେଶ କରିଛୁ। ଆମେରିକାବାସୀଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇ ନ ଥାନ୍ତା। ଦେଶକୁ ଆହୁରି ଆଗେଇ ନେବା ପାଇଁ ସେ ପୁନଃ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ଥିଲେ। ତେବେ ଦେଶ ଓ ଦଳର ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ଚଳିତ ସପ୍ତାହରେ ବିସ୍ତୃତ ଭାବେ ଦେଶବାସୀଙ୍କୁ ସମ୍ବୋଧିତ କରି ଅବଗତ କରାଇବେ ବୋଲି ବାଇଡେନ୍‌ କହିଛନ୍ତି। ଏହି ଅବସରରେ ବାଇଡେନ୍‌ ଉପରାଷ୍ଟ୍ରପତି ହାରିସ୍‌ଙ୍କୁ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ହାରିସ୍‌ ସର୍ବୋତ୍ତମ ଡେମୋକ୍ରାଟ୍‌ ବୋଲି ବାଇଡେନ୍‌ କହିଛନ୍ତି। ତାଙ୍କ ପ୍ରସ୍ତାବକୁ ଡେମୋକ୍ରାଟିକ୍‌ ପାର୍ଟି କନ୍‌ଭେନ୍‌ସନ ଅନୁମୋଦନ ଦେଲେ ହାରିସ୍‌ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାରତୀୟ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବେ। ନଭେମ୍ବର ନିର୍ବାଚନରେ ସେ ବିଜୟୀ ହେଲେ ପ୍ରଥମ ମହିଳା ଏବଂ ଅଣଶ୍ୱେତାଙ୍ଗ ରାଷ୍ଟ୍ରପତି ହେବାର ଗୌରବ ଲାଭ କରିବେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ