Masthead

ଦେବଗଡ଼ ଜିଲ୍ଲାରେ ୨୯୦୦ଟୋକନ ବୈଧତା ଲାପ୍ସର ତଦନ୍ତ ଆରମ୍ଭ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୁକ୍ରବାର ବିଧାନସଭାରେ ଧାନକିଣା ସମ୍ପର୍କରେ ଲିଖିତ ବିବୃତ୍ତି ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଚଳିତ ଖରିଫ ଧାନ ସଂଗ୍ରହରେ ଅଧ୍ୟାବଧି ସର୍ବମୋଟ୍ ୬୧.୨୪ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ସଂଗୃହିତ ଧାନର ମୂଲ୍ୟ ୧୧,୪୪୧କୋଟି ଟଙ୍କା । ଧାନକିଣା ଜାରି ରହିଛି । ଏହା ୩୧ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁରହିବ । କୌଣସି ପଞ୍ଜିକୃତ ଚାଷୀ ସରକାରଙ୍କୁ ଧାନ ବିକିବା ପାଇଁ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ବିଗତ ଖରିଫରେ ଏହି ସମୟସୁଦ୍ଧା ୫୧.୭୩ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିଲା । ବିଗତ ଖରିଫ୍ ତୁଳନାରେ ଚଳିତ ଖରିଫରେ ଧାନ କ୍ରୟର ହାର ୧୮ପ୍ରତିଶତ ଅଧିକ ରହିଛି । ବିଗତ ଖରିଫରେ ୫୩.୩୧ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ଖରିଫରେ ଅଦ୍ୟାବଧି ୧୧.୫୦ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି । ଗତ ବର୍ଷ ଏହି ସମୟ ମଧ୍ୟରେ ସରକାରଙ୍କୁ ଧାନ ବିକିଥିବା ଚାଷୀଙ୍କ ସଂଖ୍ୟା ଥିଲା ୯.୩୦ଲକ୍ଷ ।

ବଲଙ୍ଗୀର ଜିଲ୍ଲାର ୪ଟି ପ୍ରାଥମିକ କୃଷି ସମବାୟ ସମିତି ଓ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀର ଧାନକ୍ରୟ କେନ୍ଦ୍ର ପୁନର୍ବାର ଚାଲୁ କରାଯାଇ ୫୦ଜଣ ଚାଷୀଙ୍କଠାରୁ ୨୬୩୬.୦୬ କ୍ୱିଣ୍ଟାଲ ଧାନ କିଣାଯାଇଛି । ଏହି ଜିଲ୍ଲାରେ ଟୋକନ୍ ଲାପ୍ସ ହୋଇଥିବା ୪୫୦ ଚାଷୀଙ୍କର ଅନୁସନ୍ଧାନ ଚାଲୁରହିଛି । ଏହି ଜିଲ୍ଲାରୁ ଆସିଥିବା ୪୦୦ନକଲି ଚାଷୀଙ୍କ ବାବଦରେ ତଦନ୍ତ କରାଯାଇଛି । ଦେବଗଡ଼ ଜିଲ୍ଳାରେ ଧାନକିଣାକୁ ପ୍ରୋତ୍ସାହନ ଦେବା ପାଇଁ ସମ୍ବଲପୁର ଜିଲ୍ଲାରୁ ୬ଜଣ ମିଲରମାନଙ୍କ ଅମାନତ ଜମା ନିୟମକୁ କୋହଳ କରାଯାଇଛି ।

ଦେବଗଡ଼ ଜିଲ୍ଳାପାଳ ବୈଧତା ହରାଇଥିବା ଟୋକନ ବାବଦରେ ତଦନ୍ତ କରୁଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାପାଳ ୫୦୦୦ଲାପ୍ସ ଯୋକନ ବାବଦରେ ତଦନ୍ତ କରୁଛନ୍ତି । ବରଗଡ଼ ଜିଲ୍ଲାରେ ୮୧୬ଚାଷୀଙ୍କଠାରୁ ପୁନର୍ବାର ଧାନ କିଣାଯାଇଛି । ୧୦୦ଜଣ ଫାକ୍ସ ସମ୍ପାଦକଙ୍କୁ ନିଲମ୍ବିତ ଓ ୭ଜଣ କର୍ମକର୍ତ୍ତାଙ୍କୁ ବହିଷ୍କାର କରାଯାଇଛି । ଧାନକିଣାରେ ଅନିୟମିତା କରିଥିବା ଅଭିଯୋଗରେ ପଦ୍ମପୁର ଓ ଚାନ୍ଦବାଲି ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ