Masthead

ଆଉ ନାହାନ୍ତି ରାମାୟଣର ଆର୍ଯ୍ୟସୁମନ୍ତ ଚନ୍ଦ୍ରଶେଖର ବୈଦ୍ୟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଚାଲିଗଲେ ଦଶରଥଙ୍କ ମହାମନ୍ତ୍ରୀ । ପ୍ରସିଦ୍ଧ ରାମାୟଣ ସିରିଜରେ ମହାରାଜ ଦଶରଥଙ୍କ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଅଭିନେତା ଚନ୍ଦ୍ରଶେଖର ବୈଦ୍ୟ ଆଉ ନାହାନ୍ତି । ଦଶରଥଙ୍କ ମହାମନ୍ତ୍ରୀ ଆର୍ଯ୍ୟସୁମନ୍ତଙ୍କ ଭୂମିକାରେ ଅଭିନୟ କରି ବହୁ ଭଲପାଇବା ସାଉଣ୍ଟିଥିଲେ ସେ । ତେବେ ଆଜି ୯୮ବର୍ଷ ବୟସରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚନ୍ଦ୍ରଶେଖର ବୈଦ୍ୟ ୫୦ରୁ ୯୦ ଦଶକ ମଧ୍ୟରେ ଗେଟୱେ ଅଫ୍ ଇଣ୍ଡିଆ, ବରସାତ କି ରାତ, କଟି ପତଙ୍ଗ, ଦି ବର୍ନିଂ ଟ୍ରେନ୍, ନମକ ହଲାଲ, ଡିସ୍କୋ ଡ୍ୟାନ୍ସର, ଶରାବି, ତ୍ରିଦେବ ଭଳି ଫିଲ୍ମରେ କାମ କରିଛନ୍ତି। ୧୯୨୩ ମସିହା ୭ଜୁଲାଇରେ ହାଇଦ୍ରାବାଦରେ ଚନ୍ଦ୍ରଶେଖର ଜନ୍ମଗ୍ରହଣ କରିଥିଲେ । ବନ୍ଧୁମାନଙ୍କ ନିର୍ଦ୍ଦେଶରେ, ସେ ଫିଲ୍ମରେ କ୍ୟାରିୟର କରିବା ପାଇଁ ମୁମ୍ବାଇ ଆସିଥିଲେ ।

ଅନେକ ଦିନ ଧରି ସେ ଷ୍ଟୁଡିଓ ଚାରିପଟେ ବୁଲିଥିଲେ ଶେଷରେ ଏକ ପାର୍ଟି ଦୃଶ୍ୟରେ ଛୋଟ ଭୂମିକା ଗ୍ରହଣ କରିଥିଲେ । ଚନ୍ଦ୍ରଶେଖର ଜୁନିଅର କଳାକାର ଭାବରେ କିଛି ସମୟ କାମ କରିବା ପରେ ମୁମ୍ବାଇ ଛାଡି ପୁନେରେ ଗାୟକ ଭାବରେ କାମ କରିଥିଲେ। ଏହା ପରେ ସେ ଭାରତ ଭୂଷଣଙ୍କ ସହ ତିନୋଟି ଫିଲ୍ମ ନିର୍ମାଣ କରିଥିଲେ। ସେ ୧୯୫୦ ମସିହାରେ ବେବସ୍ ଫିଲ୍ମରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଚନ୍ଦ୍ରଶେଖର ରାମାୟଣ ସିରିଏଲର ସର୍ବ ବୟସ୍କ ଅଭିନେତା ଥିଲେ। ସେତେବେଳେ ତାଙ୍କୁ ୬୫ ବର୍ଷ ହୋଇଥିଲା। ବାସ୍ତବରେ ଉଭୟ ଚନ୍ଦ୍ରଶେଖର ବୈଦ୍ୟ ଏବଂ ରାମାନନ୍ଦ ସାଗର ଭଲ ବନ୍ଧୁ ଥିଲେ । କେବଳ ତାଙ୍କ ଆଦେଶରେ ସେ ଆର୍ଯ୍ୟ ସୁମନ୍ତଙ୍କ ଅଭିନୟ କରିଥିଲେ। ଚନ୍ଦ୍ରଶେଖର ବୈଦ୍ୟଙ୍କ ମାତ୍ର ୧୩ ବର୍ଷ ବୟସରେ ବିବାହ ହୋଇଥିଲା । ତାଙ୍କ ଝିଅ ରେଣୁ ଆରୋଡା ଜଣେ ପାଥୋଲୋଜିଷ୍ଟ। ପୁଅ ଅଶୋକ ଚଣ୍ଡିଗଡ଼ ଏବଂ ଅନିଲ ଆମେରିକାରେ ବସବାସ କରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ