Masthead

ପ୍ରଚାର ବେଳେ ଅଚେତ ହେଲେ କେ.କବିତା

ତେଲେଙ୍ଗାନା (ବଡ଼ ଖବର ବ୍ୟୁରୋ): ପ୍ରଚାର ବେଳେ ଚେତାଶୂନ୍ୟ ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ। ତେଲେଙ୍ଗାନାର ଇତିକ୍ୟାଲରେ ନିର୍ବାଚନ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ସେ ଅଚେତ ହୋଇପଡ଼ିଥିବା ଜଣାପଡ଼ିଛି। ତାଙ୍କୁ ତରନ୍ତୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗକୁ ତେଲେଙ୍ଗନା ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋରସୋର ପ୍ରଚାର ପ୍ରସାରରେ ଲାଗିଛନ୍ତି। ସମସ୍ତ ପ୍ରାର୍ଥୀ ଓ ହେଭିଓ୍ୱେଟ୍‌ ନେତା ମୈଦାନକୁ ଓହ୍ଲାଇ ଘର ଘର ବୁଲି ପ୍ରଚାର ପ୍ରସାର କରୁଛନ୍ତି। ବିଆର୍‌ଏସ୍‌ ଏମ୍‌ଏଲ୍‌ସିର ନେତ୍ରୀ କେ.କବିତା ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି।

ଶନିବାର ତେଲେଙ୍ଗାନର ଇତିକ୍ୟାଲ୍‌ ଅଞ୍ଚଳରେ କେସିଆର୍‌ଙ୍କ ଝିଅ କେ.କବିତା ଏକ ରୋଡ୍‌ ଶୋ’ କରିଥିଲେ। ବସ୍‌ର ବାଲକୋନିରେ ଠିଆ ହୋଇ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଚଳାଇଥିଲେ। ତେବେ ଏତିକି ବେଳେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। କେ.କବିତା ପ୍ରଚାର କରିବା ସମୟରେ ହିଁ ଚେତାଶୂନନ୍ୟ ହୋଇ ତଳେ ପଡିଯାଇଥିଲେ। ପରେ ତୁରନ୍ତ ତାଙ୍କୁ ତାଙ୍କ କର୍ମୀମାନେ ହସ୍ପିଟାଲକୁ ନେଇଯାଇଥିଲା। ସେଠାରେ ଡିହାଇଡ୍ରେସନ୍‌ ଯୋଗୁ ସେ ଅଚେତ ହୋଇପଡିଥିବା ଡାକ୍ତର କହିଛନ୍ତି।

ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ସେ ଟ୍ୱିଟ୍‌ ଜରିଆରେ ସୁସ୍ଥ ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ସ୍ବଳ୍ପ ସମୟ ବିରତି ପରେ ପୂର୍ବ ପରି ପ୍ରଚାର ଅଭିଯାନ ଚାଲିଛି। ପରେ ‘ଏକ୍ସ’ ପୋଷ୍ଟ୍‌ରେ କେ. କବିତା ଲେଖିଛନ୍ତି ଯେ, ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି। ସେ କହିଛନ୍ତି, କ୍ଷଣିକ ଆତଙ୍କ ପାଇଁ ଦୁଃଖିତ। ମୁଁ ଏବେ ଭଲ ଅଛି। ବାଟରେ ଗୋଟାଏ ସୁନ୍ଦରିଆ ଟିକି ଝିଅ ସହିତ ଭେଟ ହେଲା। ତା’ ସହିତ କଥାବାର୍ତ୍ତା କରିବାରୁ ମତେ ଖୁବ୍‌ ଆନନ୍ଦ ଲାଗୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି