Masthead

ଜେଡି(ଏସ୍) ହେବ କିଙ୍ଗ ମେକର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ୧୦ରେ ହେବ ଭୋଟ ଗ୍ରହଣ, ୧୩ରେ ଗଣତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଜେଡି(ଏସ୍) ଶିବିରରେ ଉସôାହ ଖେଳିଯାଇଛି । ଏହାରି ମଧ୍ୟରେ ପ୍ରକାଶ ପାଇଛି ଜନମତ ସର୍ଭେ ରିପୋର୍ଟ । ଜି ନୁ୍ୟଜ ଓ ମାଟିଜ୍ ପକ୍ଷରୁ ୫୬ ହଜାରରୁ ଅଧିକ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା ।

ସର୍ଭେ ରିପୋର୍ଟରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଗେମ ଚେଞ୍ଜର ହୋଇପାରିବେ ନାହିଁ । କଂଗ୍ରେସର ଭୋଟ ବ୍ୟବଧାନ ବଢିବ । ଏଥର ବିଜେପି ଠାରୁ କଂଗ୍ରେସର ଭୋଟ ବ୍ୟବଧାନ ଅଧିକ ରହିବ । କଂଗ୍ରେସର ଭୋଟ ସେୟାର୪୦.୪ ପ୍ରତିଶତ, ବିଜେପିର ୩୮.୩, ଜେଡି(ଏସ୍)ର ୧୬.୪ ଓ ଅନ୍ୟାନ୍ୟ ଦଳଗୁଡ଼ିକର ଭୋଟ ସେୟାର ରହିବ ୪.୯ ପ୍ରତିଶତ । ବିଜେପିକୁ ୯୬ରୁ ୧୦୬, କଂଗ୍ରେସକୁ ୮୮ରୁ ୯୮ ଓ ଜେଡି(ଏସ୍) କୁ ୨୩ରୁ ୩୩ ସିଟ ମିଳିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଯଦି କୌଣସି ଦଳ ମ୍ୟାଜିକ ନମ୍ବର ୧୧୩ ଛୁଇଁ ନପାରନ୍ତି ତେବେ ଝୁଲା ବିଧାନସଭା ହେବ । ଏଭଳି ସ୍ଥଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ଜେଡି(ଏସ୍) ନିର୍ଣ୍ଣାୟକ ଭୂମିକା ନେବ । ସର୍ଭେ ରିପୋର୍ଟରେ କୁହାଯାଇଛି ଜେଡି(ଏସ୍) କିଙ୍ଗ ମେକର ହେବା ସପକ୍ଷରେ ୩୦% ଲୋକ ଚାହାନ୍ତି । ୨୬% ନାପସନ୍ଦ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗେମ ଚେଞ୍ଜର ହେବା ସପକ୍ଷରେ ୩୧% ପ୍ରତିଶତ ମତ ଦେଇଥିବାବେଳେ ବିରୋଧରେ ଅଛନ୍ତି ୩୨% ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ